ଗାନ୍ଧୀ ଜୟନ୍ତୀ ଅବସରରେ ଜିଲ୍ଲା ପ୍ରଶାସନ , ବ୍ଲକ ପ୍ରଶାସନ ଓ ଡାବୁଗାଁ ପଞ୍ଚାୟତ କାର୍ଯ୍ୟାଳୟ ର ସ୍ବଛ ଭାରତ ଅଭିଯାନ

0
340

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଡ଼େପୁଟି ଜିଲ୍ଲାପାଳ ମୌସୁମୀ ନାୟକଙ୍କ ଉପସ୍ଥିତିରେ ଡାବୁଗାଁ ଗୋଷ୍ଠି ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ମାଝୀ , ସହକାରୀ ଯନ୍ତ୍ରୀ ବିଜୟ କୁମାର ସିଂ ଙ୍କ ସମେତ ବ୍ଲକ ଅଧିକାରୀ , କର୍ମଚାରୀ ଏବଂ ଡାବୁଗାଁର ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ଏମ ଆପା ରାଓ , ସୁରେନ୍ଦ୍ର କୁମାର ମିଶ୍ର , ବିଜୟ କୁମାର ବେହେରା , ଏମ ବୁଲୁ ରାଓ ପ୍ରମୁଖ ବହୁ ପୁରୁଷ ଓ ମହିଳା ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଡାବୁଗାଁ ବସଷ୍ଟାଣ୍ଡରେ ସ୍ଵଛ ଭାରତ ଅଭିଯାନ କରି ପରିବେଶ ସଫା ସୁତୁରା କରିଥିଲେ । ସେହିପରି ଡାବୁଗାଁ ପଞ୍ଚାୟତ କାର୍ଯ୍ୟାଳୟ ର ସଦସ୍ୟ ଭାସ୍କର ସୁନା,ପାପାନା ରେଲି, ସରୋଜ ମିଶ୍ର ପ୍ରମୁଖ ଡାବୁଗାଁ ଷ୍ଟେଟବ୍ୟାଙ୍କ ସମ୍ମୁଖ ରେ ଓ ସରକାରୀ ମଧ୍ୟ ବିଦ୍ୟାଳୟ ରେ ପରିବେଶ ସଫାସୁତୁରା କରି ଥିଲେ। ହାତରେ ଗ୍ଲୋବ୍‌ ଲଗାଇ ଝାଡ଼ୁ ଧରି ସଫା ସୁତୁରା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସ୍ବଛ ଭାରତ ଅଭିଯାନକୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ଅଧିକାରୀ , ବ୍ଲକ ପ୍ରଶାସନ ଅଧୁକାରୀ ତଥା ବରିଷ୍ଠ ନାଗରିକ ଓ ପୁରୁଷମହିଳାମାନେ ଆନନ୍ଦ ମନରେ ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଜିଲ୍ଲାପାଳଙ୍କ ନିଶ କ୍ରମେ ସମସ୍ତ ବ୍ଲକରେ ସ୍ଵଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ହୋଇଛି ।

ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here