“ମହାମାରୀ କରୋନାର ପ୍ରଥମ ପର୍ଯାୟରୁ ସରକାର କୌଣସି ଅଭିଜ୍ଞତା ହାସଲ କରିନାହାଁନ୍ତି”-ୱି.ଚନ୍ଦ୍ରଶେଖର ନାଇଡୁ

0
306

ପାରଳାଖେମୁଣ୍ଡି (ନ୍ୟୁଜଏକ୍ସଟ୍ରା) ଗତ ବର୍ଷ ଦେଖାଦେଇଥିବା କରୋନାର ପ୍ରଥମ ଲହର ବେଳେ ପ୍ରଶାସନର ସ୍ଥାଣୁତା ଓ ଦୂରଦୃଷ୍ଟିର ଅଭାବ ଯୋଗୁଁ ସାଧାରଣ ଲୋକ ଯେଉଁ ଭଳି ଭାବେ ବ୍ଯାପକ ଅସୁବିଧାର ସମ୍ମୁଖିନ ହୋଇଥିଲେ ଏବେ ଦ୍ବିତୀୟ ଲହର ବେଳେ ମଧ୍ଯ ତାହା ଆହୁରି ବ୍ଯାପକ ହେବେ ବୋଲି ଆଶଂକା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥି ୱି ଚନ୍ଦ୍ରଶେଖର ନାଇଡୁ।ପ୍ରଥମ ଲହରରୁ ସରକାର କୌଣସି ଅଭିଜ୍ଞତା ହାସଲ କରିନାହାନ୍ତି ବୋଲି ମଧ୍ଯ ସେ ଅଭିଯୋଗ କରିଛନ୍ତି।ପଯ୍ଯାପ୍ତ ସମୟର (ଦେଢ ବର୍ଷର)ଉପଯୋଗରେ ସଚେତନତା ସୃଷ୍ଟି ନ କରି ଦ୍ବିତୀୟ ଲହର ଆରମ୍ଭରୁନାଇଟ କର୍ଫ୍ଯୁ ନାଁରେ ହିଟଲରୀ ଶାସନ ଆରମ୍ଭ କରିଦେଇଛନ୍ତି ସରକାର।ଏହି ନିର୍ଧିଷ୍ଟ ସମୟ ମଧ୍ଯରେ ସରକାର କେତେ ବେଡ,ଅକ୍ସିଜେନ,ଆଇସିୟୂ ଭଳି ସର୍ବନିମ୍ନ ସ୍ବାସ୍ଥ୍ଯ ସଂପର୍କିତ ଭିତ୍ତିଭୂମି ପ୍ରତିଷ୍ଠା କରିଛନ୍ତି ବୋଲି ଶ୍ରୀ ନାଇଡୁ ପ୍ରଶ୍ନ କରିଛନ୍ତି।ଏହି ସମୟରେ ମୂଖ୍ଯମନ୍ତ୍ରୀ ରିଲିଫ ଫଣ୍ଡରୁ କେତେ ଅର୍ଥ ଖର୍ଚ୍ଚ ହୋଇଛିତାହା ମଧ୍ଯ ମୂଖ୍ଯମନ୍ତ୍ରୀ ସ୍ପଷ୍ଟ କରିବା ଦରକାର ବୋଲି ସେ ଦାବୀ କରିଛନ୍ତି।ଆଗରୁ ଖଟିଖିଆ,ଦିନମଜୁରିଆ ପରିବାର ପ୍ରଭାବିତ ହେଉଥିବା ବେଳେ ବର୍ତ୍ତମାନ ମଧ୍ଯବିତ,ନିମ୍ନ ମଧ୍ଯବିତ ପରିବାର ମଧ୍ଯ ବିପନ୍ନ ହୋଇପଡୁଛନ୍ତି।ବିଡମ୍ବନାର ବିଷୟ ଏ ପଯ୍ଯନ୍ତ ସରକାରକଂ ପାଖରେ ପ୍ରବାସୀ ମାନକଂର କୌଣସି ଡାଟାବେସ ନାହିଁ।ସମୟ ପୂର୍ବରୁ ଓଡିଶା ବାହାରେ ରହୁଥିବା ପ୍ରବାସୀ ମାନକଂର କଲ୍ଯାଣ ପାଇଁ କିଛି ଠୋସ ପଦକ୍ଷେପ ଗ୍ରହଣ ନକରି ଉତ୍କଟ ସମସ୍ଯା ବେଳେ ସରକାର “ବାହାଘର ବେଳେ ବାଇଗଣ ରୁଆ” ନ୍ଯାୟରେ ନିଷ୍ପତ୍ତି ନିଅନ୍ତି। ସ୍କୁଲ,କଲେଜ ଛାତ୍ରଛାତ୍ରୀ ମାନକଂର ପରୀକ୍ଷା ନେଇ ସବୁସ୍ଥରରେ ଅନିଶ୍ଚିତତା ଦେଖାଦେଇଛି।ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ମାନସିକ ଚାପରେ ଅଛନ୍ତି।ଏ ନେଇ କର୍ତ୍ତୃପକ୍ଷକଂ ଠାରୁ ସ୍ପଷ୍ଟିକରଣ ଚାହିଁବାକୁ ଯିବା ବେଳେ ପୋଲିସ ଲଗାଇ ସେମାନଂକୁ ଦମନ କରାଯାଇଛି।ଉତ୍କଟ ମହାମାରୀ ବେଳେ ପ୍ରବାସୀ ମାନକଂର ଉପଯୁକ୍ତ ଯତ୍ନ ନେବା,ଅର୍ଥ ବ୍ଯବସ୍ଥାକୁ ସୁଦୃଢ କରିବା,କୃଷକ ମାନଂକର ସ୍ବାର୍ଥକୁ ଅଗ୍ରାଧିକାର ଦେବା ସହ ଛାତ୍ରଛାତ୍ରୀକଂ ପାଠପଢାକୁ ଗୁରୁତ୍ବ ଦେବା ସରକାରକଂ ମୌଳିକ ଦାୟୀତ୍ବ ହେବା ଦରକାର।ଧିରେ ଧିରେ ଗଂଜାମ ଓ ଗଜପତି ଜିଲ୍ଲା କରୋନା ଦ୍ବାରା ପ୍ରଭାବିତ ହେବାକୁ ଯାଉଛି।ତେଣୁ ସମୟ ପୂର୍ବରୁ ଏହାକୁ ନିୟନ୍ତ୍ରଣ କରିବାକୁ ସରକାର ପଦକ୍ଷେପ ନେବାକୁ ଶ୍ରୀ ନାଇଡୁ ଦାବୀ କରିଛନ୍ତି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here