ଷଣ୍ଢମୂଳରେ ଅଗ୍ନିକାଣ୍ଡ ଜଳିଗଲା ଦୁଇ ବଖରା ଘର

0
289

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତ ର ବଜାର ସାହିରେ ଆଜି ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟି ସ୍ଵାଧୀନ ବେହେରା ବୟସ ୨୬ ପିତା ମୃତ ଚନ୍ଦ୍ର ଶେଖର ବେହେରା ଙ୍କ ଦୁଇ ବଖରା ଘର ପୋଡି ନଷ୍ଟ ହୋଇଯାଇଛି ।କୋଦଳା ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ମାନେ ନିଆଁ ଲିଭାଇଥିଲେ । ଅଗ୍ନିକାଣ୍ଡ ର କାରଣ ଜଣାପଡି ନାହିଁ ।ସ୍ଵାଧୀନ ଙ୍କ ଦୁଇ ବଖରା ଘର ସହ ବହୁ ଆସବାବପତ୍ର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଅଗ୍ନି ବିପନ୍ନ ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ ନିମନ୍ତେ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି ।ରାତି ଅଧରେ ଅଗ୍ନିକାଣ୍ଡ ଘଟି ଥିବା ଯୋଗୁ ବହୁ ଜିନିଷ ପତ୍ର ଉଦ୍ଧାର ହୋଇପାରିଲା ନାହିଁ ତାହା ପୋଡି ନଷ୍ଟ ହୋଇଯାଇଛି ।

ରିପୋର୍ଟ :ଭଞ୍ଜ କିଶୋର ମହାରଣା

LEAVE A REPLY

Please enter your comment!
Please enter your name here