ସାମ୍ବାଦିକଙ୍କ ଧର୍ମପତ୍ନୀଙ୍କ ଦେହାନ୍ତରେ ସମବେଦନା

0
582

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ବ୍ରହ୍ମପୁରର ବିଶିଷ୍ଟ ସାମ୍ବାଦିକ ବି.କେ.ବିଶାରଦଙ୍କ ଧର୍ମପତ୍ନୀ ଲିଲି କୁମାରୀ ବାଡ଼ତ୍ୟାଙ୍କ ୪୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଗତ ଶନିବାର ଦିନ ଶ୍ରମତୀ ବାଡ଼ତ୍ୟା ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବ୍ରହ୍ମପୁର ଏମ.କେ.ସି.ଜି.ମେଡ଼ିକାଲ କଲେଜ ହସପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀମତୀ ବାଡ଼ତ୍ୟାଙ୍କ ମୃତ୍ୟୁ ଘଟିଥିଲା। ସ୍ବର୍ଗତ ବାଡ଼ତ୍ୟାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସ୍ୱାମୀ ଶ୍ରୀ ବିଶାରଦ, ଏକମାତ୍ର ଝିଅ ରିଧି ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ଖବର ଜାଣିବା ପରେ ବ୍ରହ୍ମପୁରର ବହୁ ସାମ୍ବାଦିକ, ବିଶିଷ୍ଟ ବ୍ୟକ୍ତି,ଓ ସମାଜସେବୀ ସ୍ବର୍ଗତ ବାଡ଼ତ୍ୟାଙ୍କ ଶେଷ ଦର୍ଶନ କରିବା ସହ ସମବେଦନା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here