ବିଭିନ୍ନ ବିଦ୍ୟାଳୟରେ ସହଯୋଗ ତାଲିମ ଶିବିର ଅନୁଷ୍ଠିତ

0
273

ବୁଗୁଡା(ନ୍ୟୁଜ ଏକ୍ସଟ୍ରା) ବୁଗୁଡା ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଏପ୍ରିଲ ୭ ତାରିଖ ଠାରୁ ତିନି ଦିନିଆ ସହଯୋଗ ତାଲିମ ଶିବିର ଅନୁଷ୍ଠିତ ଆରମ୍ଭ ହୋଇଛି। ଏପ୍ରିଲ ୭,୮ ଓ ୯ ଏହି ତିନି ଦିନରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ସଦସ୍ୟା ମାନଙ୍କୁ ଆଦର୍ଶ ବିଦ୍ୟାଳୟ ଗଠନ ପାଇଁ ସେମାନଙ୍କ ଭୂମିକା ବିଷୟରେ ତାଲିମ ପ୍ରଦାନ କରାଯାଉଛି। ବୁଗୁଡା ସହରର ଶ୍ରୀ ବିରଞ୍ଚିନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ତାଲିମ ଶିବିରକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ଅତିଥି ଭାବେ ଏସଏମସି ସଭାପତି ଶଙ୍କର ସେଠୀ ଓ ସିଆରସିସି ପ୍ରତାପ କୁମାର ଖାଡ଼ଙ୍ଗା ଯୋଗଦେଇଥିଲେ। ଶିକ୍ଷୟିତ୍ରୀ କାଦମ୍ବିନୀ ପାଣିଗ୍ରାହୀ ଓ ଶିକ୍ଷକ ରବୀନ୍ଦ୍ର ବରିହା ଶିବିରାର୍ଥୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏ.କରଡ଼ାବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତାଲିମ ଶିବିରକୁ ପ୍ରଧାନ ଶିକ୍ଷକ ପ୍ରଫୁଲ କୁମାର ଜେନା ଉଦଘାଟନ କରିଥିବା ବେଳେ ଅତିଥି ଭାବେ ଏସଏମସି ସଭାପତି ଅଶ୍ୱିନୀ କୁମାର ପ୍ରଧାନ ଯୋଗଦେଇଥିବା ବେଳେ ଶିକ୍ଷକ ଦିଲ୍ଲୀପ କୁମାର ପଟ୍ଟନାୟକ, ଗୌରୀ ଶଙ୍କର ଜେନା,ଗଣେଶ ମହାରଣା ଓ ଶିକ୍ଷୟିତ୍ରୀ ମମତା କୁମାରୀ ମହାରଣା ତାଲିମ ପ୍ରଦାନ କରିଥିଲେ। ସେହିପରି ବି.କରଡ଼ାବାଡ଼ି ଏସ.ଏ. ବିଦ୍ୟାପୀଠରେ ଅନୁଷ୍ଠିତ ସହଯୋଗ ତାଲିମ ଶିବିରକୁ ପ୍ରଧାନ ଶିକ୍ଷକ ପ୍ରଶନ କୁମାର ସ୍ୱାଇଁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ ଓ ବିଭୁ ପ୍ରସାଦ ନନ୍ଦ, ସିଆରସିସି ସନ୍ତୋଷ କୁମାର ସାହୁ, ଶିକ୍ଷୟିତ୍ରୀ ବଙ୍ଗାଳି ମୁଣ୍ଡା ଏହି ଶିବିରରେ ତାଲିମ ପ୍ରଦାନ କରିଥିଲେ। ଅନ୍ୟାନ୍ୟ ବିଦ୍ୟାଳୟରେ ମଧ୍ୟ ଏହି ପ୍ରକାରେ ସହଯୋଗ ତାଲିମ ଶିବିର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ରିପୋର୍ଟ : ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here