ବ୍ୟାଟେରୀ ଗାଡ଼ି ଶୋ’ରୁମରୁ ଗୁଟଖା ଜବତ ଘଟଣାରେ;ପୁଅ ଗିରଫ,ବାବା ଫେରାର

0
426

ବ୍ରହ୍ମପୁର: ବଡ଼ ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ୍ ଠାରୁ ଦିଗପହଣ୍ଡି ଯିବା ରାସ୍ତାରେ ଥିବା ବ୍ୟାଟେରୀ ଗାଡ଼ି ଶୋ’ ରୁମରୁ ଗୁଟଖା ଜବତ ଘଟଣାରେ ଆଜି କାଳୁପାତ୍ର ସାହିର ଅରୁଣ ସାହୁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ବଡ ବଜାର ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି । ଗାଡ଼ି ସୋ ରୁମ ଭିତରୁ ବେଆଇନ ଗୁଟଖା ଜବତ କରିବା ସହ ୧୭ଟି ବ୍ୟାଟେରୀ ଗାଡିକୁ ମଧ୍ୟ ଜବତ କରିଛି ବଡବଜାର ଥାନା ପୋଲିସ ।ଏଥିରେ ୩୨ବସ୍ତା ଗୁଟକା, ଲକ୍ଷାଧିକ ଟଙ୍କାର ପ୍ରସ୍ତୁତି ସାମଗ୍ରୀ,୫ଲକ୍ଷ ଟଙ୍କାର ମେସିନ୍ ଜବତ କରାଯାଇଛି ବୋଲି ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ଠାରୁ ସୂଚନା ମିଳିଛି । ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ବଡବଜାର ପୋଲିସ ଥାନାରେ ଏକ ମାମଲା ରୁଜୁ କରାଯିବା ସହ ଆଜି କୋର୍ଟ ଚାଲାଣ କରାଯାଇଛି ।ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅରୁଣଙ୍କ ବାପା ଫେରାର ଥିବା ବେଳେ ପୋଲିସ ଖୋଜା ଚଳେଇଥିବା ଜଣାପଡିଛି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here