କଲ୍ୟାଣୀ ଦେବୀଙ୍କ ପ୍ରଥମ ବାର୍ଷିକ ସ୍ମୃତି ଦିବସ ରେ ଶ୍ରଦ୍ଧାଞ୍ଜଳି ଓ ପୁସ୍ତକ ଉନ୍ମୋଚନ

0
361

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା) ଚାହୁଁ ଚାହୁଁ ହୋଇଗଲା ଏକ ବର୍ଷ। ୨୦୨୧ ଏପ୍ରିଲ ୧୧ ତାରିଖ ରବିବାର ଦିନ ବିଶିଷ୍ଟ ସମାଜସେବୀ ଓ ଧର୍ମପ୍ରାଣ ମହିଳା କଲ୍ୟାଣୀ ଦେବୀଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସରେ ରାୟଗଡା ଜିଲ୍ଲା ମୁନିଗୁଡା ର ମୈତ୍ରୀ ବିହାର ସ୍ଥିତ ବେଦ ନିକେତନ ସମ୍ମୁଖରେ ଥିବା ଶୈବପୀଠ ପରିସରରେ ସ୍ମୃତି ଦିବସ ପାଳନ ଅବସରରେ ଅନୁଷ୍ଠିତ ହୋଇଯାଇଛି ଶ୍ରଦ୍ଧାଞ୍ଜଳି ସଭା, ସ୍ମୃତି ଅର୍ଘ୍ୟ “କଲ୍ୟାଣମୟୀ କଲ୍ୟାଣୀ” ପୁସ୍ତକ ଉନ୍ମୋଚନ ଓ ସ୍ମୃତିର ଫୋଟ ପ୍ରଦର୍ଶନ। କୋଭିଡ ଆଇନକୁ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ କଲ୍ୟାଣମୟୀ କଲ୍ୟାଣୀ ଦେବୀଙ୍କ ସ୍ମୃତି ଚରଣ କରିଥିଲେ। ଏହି ଅବସରରେ କଲ୍ୟାଣୀ ଦେବୀଙ୍କ ବିଭିନ୍ନ ପାରଦର୍ଶିତାକୁ ନେଇ ରଚିତ ସୃତି ଅର୍ଘ୍ୟ “କଲ୍ୟାଣମୟୀ କଲ୍ୟାଣୀ” ପୁସ୍ତକ ଉନ୍ମୋଚିତ ହୋଇଥିଲା। ଫୋଟୋ ଚିତ୍ର ପ୍ରଦର୍ଶନୀରେ ଅତିଥି ବୃନ୍ଦ ଫୋଟ ଦେଖି କଲ୍ୟାଣୀ ଦେବୀଙ୍କ ଅତୀତର ବିଭିନ୍ନ ସ୍ମୃତି ମନେପକାଇ ନିଜର ମତ ପ୍ରକାଶ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। କଲ୍ୟାଣୀ ଦେବୀଙ୍କ ସୁଯୋଗ୍ୟ ପୁତ୍ର ଦ୍ୱୟ ଯୁଗଳ କିଶୋର ପଟ୍ଟନାୟକ ଓ ପ୍ରଣବ କିଶୋର ପଟ୍ଟନାୟକ ଏହି ମହତ କାର୍ଯ୍ୟକ୍ରମ ପାଇଁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ।

LEAVE A REPLY

Please enter your comment!
Please enter your name here