ସହଯୋଗ ତାଲିମ୍ ଶିବିର

0
324

ବେଲଗୁଣ୍ଠା()ବୁଧବାର ଦିନ ବେଲଗୁଣ୍ଠା ବ୍ଳକ୍ ଉଢୁରା କ୍ଳଷ୍ଟର୍ ଅନ୍ତର୍ଗତ ବାଲିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟିର ସହଯୋଗ ତାଲିମ୍ ଶିବିର-2021 ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୃତ୍ୟୁଞ୍ଜୟ ବେହେରାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି I ସିଆରସିସି ଶ୍ରୀ ବେହେରା ପ୍ରଥମେ ତାଲିମ୍ ର ଉଦ୍ଦେଶ୍ୟ ଜ୍ଞାପନ କରିବା ପରେ ସମ୍ବଳ ଶିକ୍ଷୟିତ୍ରୀ ସବିତା ପ୍ରଭା ପାଠୀ, ବିଜୟ ଲକ୍ଷ୍ମୀ ଦାଶ ଏବଂ ପ୍ରଧାନ ଶିକ୍ଷୟିତ୍ରୀ କବିତା ଦେବୀ ପରିଚାଳନା କରିଥିଲେ I ଏହି ଶିବିରରେ ପରିଚାଳନା କମିଟି ସଭାପତି ରଞ୍ଜିତ ସାମଲ୍, ଅଙ୍ଗନୱାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, କମିଟି ସଦସ୍ୟା ମମିତା ବେହେରା,ଶିକ୍ଷୟିତ୍ରୀ ସୁମତି ପାଣିଗ୍ରାହୀ,ପୁଷ୍ପାଞ୍ଜଳି ଦାସଙ୍କ ସମେତ ପରିଚାଳନା କମିଟିର ଅନ୍ୟାନ୍ୟ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ରହି ତାଲିମ୍ ଗ୍ରହଣ କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here