କାଜୁ ବଗିଚାରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର

0
598

ନବରଙ୍ଗପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ୍ ନରସିଂହ ଗୁଡା ଗ୍ରାମ ର କାଜୁ ବଗିଚାରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି । ସୁଚନା ଅନୁଯାୟୀ ମୃତ ଯୁବକ ହେଉଛନ୍ତି ନରସିଂହ ଗୁଡା ଗ୍ରାମର- ଦିବାକର ଜାନୀ ବୟସ – ୨୨ , ପିତା ସନୁ ଜାନୀ । ମୃତ ଯୁବକ ହେଉଛନ୍ତି ଜଣେ ଶ୍ରମିକ । ପରିବାର ବର୍ଗ କହିବାନୁଯାୟୀ ଗତ କାଲି କାମ ସାରି ରାତ୍ର ୮ ଘଣ୍ଟା ସମୟରେ ଘରକୁ ଫେରି ଥିଲେ । ପୂଣି ଘରେ ଖାଇ ସାରି ବାହାରକୁ ବାହାରି ଘରକୁ ଫେରି ନଥିଲେ , ମୃତ ଯୁବକ ଙ୍କ ପରିବାର ଖୋଜାଖୋଜି କରିଥିଲେ , ହେଲେ ବି ବ୍ୟକ୍ତି ଙ୍କ ସନ୍ଧାନ ପାଇନ ଥିଲେ । ସକାଳ ୬ଘଣ୍ଟା ସମୟରେ ଗ୍ରାମ ବାସିମାନେ ସଉଚ କରିବାକୁ ଯାଇଥିବା ସମୟରେ , ଗ୍ରାମ ର ଏକ କାଜୁ ବଗିଚାରେ ଝୁଲନ୍ତା ଅବସ୍ଥାରେ ଏକ ଗଛରେ ମୃତ ବ୍ୟକ୍ତିଙ୍କୁ ଦେଖୁ ମୃତକଙ୍କ ପରିବାର ବର୍ଗ ଙ୍କୁ ଓ ତେନ୍ତୁଳି ଖୁଣ୍ଡି ଥାନା ଅଧୁକାରୀ ଙ୍କୁ ଯଣାଈଥିଲେ , । ତେନ୍ତୁଳି ଖୁଣ୍ଡି ଥାନା ଅଧୁକାରୀ ଆସି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ମ ଚଳାଇଛନ୍ତି

LEAVE A REPLY

Please enter your comment!
Please enter your name here