କୋଦଳା-କଞ୍ଚଣା ରାସ୍ତା ପାର୍ଶ୍ୱରେ ଅଗ୍ନିକାଣ୍ଡ,୩୦ ବସ୍ତା ଧାନ ପୋଡି ପାଉଁଶ, ଅଳ୍ପକେ ବର୍ତ୍ତିଲା ଲକ୍ଷାଧିକ ଟଙ୍କାର ପରିବା ଚାଷ

0
269

ବେଗୁନିଆପଡା(ଦେବାଶିଷ ମହାରଣା)ବୁଧବାର ଅପରାହ୍ନ ଗୋଟାଏ ସମୟରେ କଞ୍ଚଣା ଠାରୁ କୋଦଳା ମୁଖ୍ୟ ରାସ୍ତାର ଖରଖରି ନଦୀ ନିକଟ ପଡ଼ିଆରେ ଅଗ୍ନିକାଣ୍ଡ ଘଟି ବିଜୁଳି ବେଗରେ ନିଆଁ ମାଡି ଚାଲିଥିଲ। ନିକଟରେ ଏକ ଧାନ ବିଲରେ ଉଲ୍ଲାରାମ ସାହୁଙ୍କର ୩୦ ବସ୍ତାରୁ ଅଧିକ ଧାନ ପୋଡି ନଷ୍ଟ ହୋଇଯିବା ସହ ନିକଟରେ ହୋଇଥିବା ଲକ୍ଷାଧିକ ଟଙ୍କାର ପରିବା ଚାଷ ନିଆଁ ଲାଗିବାରୁ ବର୍ତ୍ତୀ ଯାଇଛି |ଖବର ପାଇ କୋଦଳା ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ କେମତି ଲାଗିଲା ଜଣାପଡିନଥିବା ବେଳେ ପରିବା ଚାଷ ରକ୍ଷା ପାଇଥିବାରୁ ଚାଷୀ ଆସ୍ବସ୍ତି ଲାଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here