କୋଡ଼ିଙ୍ଗା ପଞ୍ଚାୟତରେ ଖୋଲିଲା ଜଳଛତ୍ର

0
352

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲାରେ ଦିନକୁଦିନ ଗ୍ରୀଷ୍ମପ୍ରବାହ ବଢ଼ିବାରେ ଲାଗିଛି , ଏହାକୁ ଦୃଷ୍ଟିରେ ରଖି କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ପଞ୍ଚାୟତ ସ୍ତରରେ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯାଇଥିବା ଦେଖିବାକୁ ମିଳିଛି । ଆଜି କୋଡ଼ିଙ୍ଗା ସରପଞ୍ଚ ଡମାଇ ଭତରା କୋଡ଼ିଙ୍ଗା ପଞ୍ଚାୟତର ବିଭିନ୍ନ ସ୍ଥାନରେ ନିଜେ ଉପସ୍ଥିତ ରହି ଜଳଛତ୍ର ଖୋଲା ଯାଇଥିବା ଦେଖିବାକୁ ମିଳିଛି । କୋଡ଼ିଙ୍ଗା ଗ୍ରାମର ବିଭିନ୍ନ ସ୍ଥାନରେ ଏହା ଖୋଲାଯାଇଛି । କୋଡ଼ିଙ୍ଗା ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକେ ପ୍ରତିଦିନ କୌଣସି ନା କୌଣସି କାର୍ଯ୍ୟ ପାଇଁ କୋଡ଼ିଙ୍ଗା ଗ୍ରାମକୁ ଆସିଥାନ୍ତି । ସ୍କୁଲ , କଲେଜ ସହିତ ଦୈନିକ ବଜାର ଓ ସରକାରୀ ବେସରକାରୀ କାର୍ଯ୍ୟାଳୟ କୁ ଦୈନଦିନ ଶତାଧିକ ଲୋକେ କୋଡ଼ିଙ୍ଗା ଗ୍ରାମ ଉପରେ ନିର୍ଭର କରୁଥିବା ବେଳେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ପଥଚାରି ମାନଙ୍କ ସୁବିଧା ପାଇଁ କୋଡ଼ିଙ୍ଗା ଗ୍ରାମର ପ୍ରମୁଖ ସ୍ଥାନରେ ଜଳଛତ୍ର ଖୋଲିବା ଆରମ୍ଭ ହୋଇଛି । ଆଜି କୋଡ଼ିଙ୍ଗା ଗ୍ରାମର କେତେକ ସ୍ଥାନରେ ପ୍ରଥମକରି ଜଳଛତ୍ର ଖୋଲାଯାଇଥିବା ଦେଖିବାକୁ ମିଳିଛି । ସେହିପରି ପଞ୍ଚାୟତର ବିଭିନ୍ନ ଗ୍ରାମରେ ମଧ୍ୟ ଜଳଛତ୍ର ଖୋଲାଯିବ ବୋଲି କୋଡ଼ିଙ୍ଗା ସରପଞ୍ଚ ଡମାଇ ଭତରା ସୂଚନା ଦେଇଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here