ଭଞ୍ଜନଗର ଓକିଲ ସଂଘ ନବନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ

0
329

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଭଞ୍ଜନଗର ଓକିଲ ସଂଘ ର ନବ ନିର୍ବାଚିତ ସଦସ୍ୟ ଙ୍କ ଶପଥ ଉତ୍ସବ କୋର୍ଟ ପରିସର ଥିବା ସ୍ଥାନୀୟ ଲାଇବ୍ରେରୀ ହଲ ରେ ଅନିଷ୍ଟିତ ହୋଇ ଯାଇଛି।ନିର୍ବାଚନ ଅଧିକାରୀ ବରିଷ୍ଠ ଓକିଲ ରମେଶ ଚନ୍ଦ୍ର ପଣ୍ଡା ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଏହି ଅବସରରେ ପଦ ଓ ଗୋପନୀୟତା ର ଶପଥପାଠ କରେଇଥିଲେ। ପ୍ରଥମେ ନବ ନିର୍ବାଚିତ ସଭାପତି ସନ୍ତୋଷ କୁମାର ନାୟକ ଶପଥ ଗ୍ରହଣ କରିବା ପରେ ଉପସଭାପତି ରଜତ କୁମାର ଦାସ , ସମ୍ପାଦକ ଜ୍ଞାନେଦ୍ର ନାୟକ , ସହ- ସଂପାଦକ ଧୀରେନ କୁମାର ସ୍ୱାଇଁ,କାର୍ଯ୍ୟକାରୀ ସଦସ୍ୟ ରୂପେ ଛବିଲାଲ ପୃଷ୍ଟି,ଅଜୟ କୁମାର ପ୍ରଧାନ, ଓ ରାମକୃଷ୍ଣ ଦାସ, କୋଷାଦକ୍ଷ ଅରୁଣ କୁମାର ପ୍ରଧାନ ଓ ପାଠାଗାର ସଂପାଦକ ରୂପେ ପାର୍ଥ ସାରଥୀ ଗୌଡ଼ ଙ୍କୁ ନିର୍ଵାଚନ ଅଧିକାରୀ ବରିଷ୍ଠ ଓକିଲ ରମେଶ ଚନ୍ଦ୍ର ପଣ୍ଡା ଶପଥପାଠ କରେଇଥିଲେ । ଏହି ଅବସରରେ ଲଡୁ କିଶୋର ଆଲଟିଆ, ବିମ୍ବାଧର ଷଡ଼ଙ୍ଗୀ, ତ୍ରିନାଥ ମଳିକ ବରିଷ୍ଠ ଓକିଲ ପ୍ରଦ୍ୟୁମ୍ନ ନାୟକ, ରବି ଦାସ,ଗୋପାଳ କୃଷ୍ଣ ପାଣିଗ୍ରାହୀ,ନିରାକାର ସାହୁ, ବିଷ୍ଣୁ ପ୍ରସାଦ ପ୍ରଧାନ,ସମୀର କୁମାର ନାୟକ,ଅମରେଶ ମହାପାତ୍ର,ଅଶୋକ କୁମାର ଗୌଡ଼,ହରପ୍ରସାଦ ଗୌଡ଼ ସମେତ ବହୁ ଓକିଲ ନିର୍ବାଚିତ ଓକିଲ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here