ପୂର୍ବତନ ସରପଞ୍ଚ ଙ୍କ ଜଳ ଯୋଗାଣ ବନ୍ଦ ; ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କଲେ ମହିଳା ମାନେ

0
353

ଜଗନ୍ନାଥପ୍ରସାଦ(ନ୍ୟୁଜ ଏକ୍ସଟ୍ରା/ନିଲୁ ବିଶୋଇ):ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ କୁଡୁତାଇ ପଞ୍ଚାୟତରେ ପୂର୍ବତନ ସରପଞ୍ଚଙ୍କ ଏକ ଭିନ୍ନ ଦବଙ୍ଗ ଗିରି ଦେଖିବାକୁ ମିଳିଛି । ଟଙ୍କା ନଦେବାରୁ ଗୋଟିଏ ଗ୍ରାମକୁ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିବା ଜଣାପଡିଛି । ଏହାକୁ ନେଇ ମହିଳା ମାନେ ରାସ୍ତା ଉପରେ ହାଣ୍ଡି ମାଠିଆ ଧରି ଓହ୍ଲାଇ ପ୍ରତିବାଦ କରିଛନ୍ତି । ସୂଚନାଯୋଗ୍ୟ ପଞ୍ଚାୟତର ବାଙ୍କତରା ଓ ବେଙ୍ଗସର ଗ୍ରାମ ପାଇଁ ଗୋଟିଏ ଜଳଯୋଗାଣ ପ୍ରକଳ୍ପ ରହିଛି । ବାଙ୍କତରା ବାସିନ୍ଦା ତଥା ପୂର୍ବତନ ସରପଞ୍ଚ ଲକ୍ଷ୍ମୀକାନ୍ତ ରାଉତରାୟ ପଞ୍ଚାୟତ କୁ ଏହା ହସ୍ତାନ୍ତର ନକରି ନିଜେ ଲୋକଙ୍କ ଠାରୁ ସଂଯୋଗ ପିଛା ୧ହଜାର ଟଙ୍କା ଓ ମାସିକ ୭୦ ଟଙ୍କା ଲେଖାଏଁ ଆଦାୟ କରି ନିଜ ମନ ମୁତାବକ ବ୍ୟବସାୟ ଚଲାଇଛନ୍ତି । ସରକାର ଆମକୁ ମାଗଣା ଜଳ ଦେଉଥିବା କହି ହଜାର ଟଙ୍କା ଦେବାକୁ ମହିଳା ମାନେ ମନା କରିବାରୁ । ସେ ସଂପୂର୍ଣ୍ଣ ବେଙ୍ଗସର ଗ୍ରାମକୁ ପାଣି ସପ୍ଳାଇ ବନ୍ଦ କରିଦେଇ ଥିଲେ। ଏହାର ପ୍ରତିବାଦ କରି ମହିଳା ମାନେ ବିକ୍ଷୋଭ ଆରମ୍ଭ କରିଥିଲେ । ଖବରପାଇ ତାରାସିଂ ଥାନା ଅଧିକାରୀ ସବ୍ୟସାଚୀ ମଲ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗୀୟ ଅଧିକାରୀ ପହଞ୍ଚି । ପୂର୍ବତନ ସରପଞ୍ଚ ଲକ୍ଷ୍ମୀକାନ୍ତ ଙ୍କୁ ତାଗିଦ କରିବା ସହ ପାଣି ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here