ଅନ୍ତରପଡାର ବିଦ୍ୟାଳୟ ପରିଚାଳନା କମିଟି ଗଠିତ

0
265

ବୁଗୁଡା : ବୁଗୁଡା ବ୍ଲକ ଅନ୍ତର୍ଗତ ଅନ୍ତରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେପ୍ଟେମ୍ବର ୨୦ ତାରିଖ ଦିନ ନୂତନ ଭାବେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅଭିଭାବକ ଶିକ୍ଷକ ସଂଘର ସଭା ଅନୁଷ୍ଠିତ ହୋଇ କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପର୍ଯ୍ୟବେକ୍ଷକ ଭାବେ ଅନ୍ତରପଡା ପଞ୍ଚାୟତ ସରପଞ୍ଚ ବସନ୍ତ କୁମାର ଶତପଥୀ , ସିଆରସିସି ରାଜେଶ ସାହୁ, ୱାର୍ଡ ସଭ୍ୟା ସଞ୍ଜୁଲତା ସେଠୀ ଯୋଗଦେଇଥିଲେ। ଉପସ୍ଥିତ ସଦସ୍ୟ ସଦସ୍ୟାଙ୍କ ମଧ୍ୟରୁ ପରିଚାଳନା କମିଟି ଗଠନ ସହ ସଭାପତି ଓ ଉପସଭାପତି ନିର୍ବାଚନ ହୋଇଥିଲା। ସର୍ବସମ୍ମତ କ୍ରମେ ସଭାନେତ୍ରୀ ଭାବେ ରଞ୍ଜୁଲତା ନାୟକ ଓ ଉପସଭାପତି ଭାବେ ହରପ୍ରସାଦ ପଣ୍ଡା ନିର୍ବାଚିତ ହୋଇଥିଲେ। ବିଦ୍ୟାଳୟର ଶିକ୍ଷକ କମଳ ଲୋଚନ ପ୍ରଧାନ, ସନ୍ତୋଷ କୁମାର ଡାକୁଆ,ଓ କାଳୁ ଚରଣ ସ୍ବାଇଁ ଏବଂ ଶିକ୍ଷୟିତ୍ରୀ କଲ୍ୟାଣି ସେଠୀ , ଲୋପାମୁଦ୍ରା ଲେଙ୍କା, ଓ ସ୍ୱାଗତିକା ଦାସ ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here