ସଚେତନତା,ସତର୍କତା ନ ରହିଲେ ଜିଲ୍ଲାର ପରିସ୍ଥିତି ଭୟାବହ ହେବ – ଜିଲ୍ଲାପାଳ

0
257

ଛତ୍ରପୁର(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲାରେ କିଛି ଦିନ ତଳେ କୋଭିଡ୍ ସଂକ୍ରମଣ ସଂଖ୍ୟା ୧ କିମ୍ବା ୨ ମଧ୍ୟରେ ସିମିତ ରହୁଥିଲା । ଗତକାଲିର ରିପୋର୍ଟ ଅନୁସାରେ ସଂକ୍ରମଣ ବୃଦ୍ଧି ପାଇ ୭ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସ୍ଥିତିରୁ ଜଣାପଡୁଛି ଜନସାଧାରଣଙ୍କ ମଧ୍ୟରେ ସଚେତନତାର ଅଭାର ଏବଂ କୋଭିଡ୍ ସଂକ୍ରମଣରୁ ବର୍ତ୍ତିବା ପାଇଁ ଜାରି କରିଥିବା ନିତି ନିୟମ ର ଅନୁପାଳନ କରୁନାହାନ୍ତି । ଏହି ହେତୁ ସଂକ୍ରମଣ ସଂଖ୍ୟା ବୃଦ୍ଦି ହେବାର ଲକ୍ଷ କରାଯାଉଛି । ଏହି ସଂକ୍ରମଣରୁ ରୋକିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ରବିବାର ପୁର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଅଧ୍ୟକ୍ଷତାରେ ଏହି ଭିଡିଓ କନଫେରନ୍ସି ରେ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସରପଂଚ, ଜିଲ୍ଲା ପରିଷଦ ସଭ୍ୟ ଓ ଅଧିକାରୀ ମାନଙ୍କୁ ଜଣାଇଥିଲେ ଯେ, ଜିଲ୍ଲା ବାହାରେ ଏବଂ ଅନ୍ୟ ରାଜ୍ୟରେ ରହୁଥିବା ଜିଲ୍ଲାର ପ୍ରବାସୀ ମାନଙ୍କୁ ଅନୁରୋଧ କରି ଜଣାନ୍ତୁ ସେମାନେ ଯେଉଁଠାରେ ଅଛନ୍ତି ସେହି ଠାରେ ହିଁ ରୁହନ୍ତୁ । ଦଣ୍ଡନାଚ, ଯାନିଯାତ୍ରା କି ମା ତାରା ତାରିଣି ଯାତ୍ରା ସକାଶେ ଜିଲ୍ଲାକୁ ଆସନ୍ତୁ ନାହିଁ । ସେମାନେ ଜିଲ୍ଲାକୁ ଆସିବା ଫଳରେ ନିଜ ପରିବାର ସମେତ ଜିଲ୍ଲା ବାସୀଙ୍କୁ ମଧ୍ୟ ବିପଦରେ ପକାଇବା ର ଯଥେଷ୍ଟ ସମ୍ଭାବନା ରହୁଛି । ଅତି ଜରୁରୀ କାର୍ଯ୍ୟ କିମ୍ବା ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଯେଉଁମାନେ ଆସୁଛନ୍ତି ସେମାନେ ନିଜ ସାଥିରେ କୋଭିଡ୍ ଟେଷ୍ଟର ରିପୋର୍ଟ ଆଣିବାକୁ ବାଧ୍ୟ କରାଯାଇଛି । ଏମାନେ ଆସିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପୁର୍ନବାର ଯାଂଚ କରାଯିବ ଏବଂ ସଂକ୍ରମିତ ହୋଇଥିବା ଲକ୍ଷଣ ଦେଖାଗଲେ ସେମାନଙ୍କୁ ଆଇସୋଲେସନ୍ ରେ ରଖାଯିବ । ଜିଲ୍ଲା ବାହାରେ ଏବଂ ରାଜ୍ୟ ବାହାରେ ସଂକ୍ରମିତ ବୃଦ୍ଧି ହେଉଥିବା ହେତୁ ସତର୍କତା ପାଳନ କଲେ ଜିଲ୍ଲାର ପରିସ୍ଥିତି ପୁର୍ବ ପରି ଭୟାଭୟ ହେବ । ଏଣୁ ସମସ୍ତସ୍ତର୍କତା ର ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ମା ତାରା ତାରିଣୀ ଯାତ୍ରା ସମୟରେ ମନ୍ଦିର ନିକଟକୁ ଯିବା ପାଇଁ ଦୁଇ ଚକିଆ ଯାନ କିମ୍ବା ଚାରି ଚକିଆ ଯାନକୁ ବାରଣ କରାଯାଇଛି । ମନ୍ଦିର ନିକଟକୁ ଯିବା ପାଇଁ ଦୁଇ ହଳ ବସ୍ ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ଭକ୍ତମାନକୁ ନେବା ଆଣିବା କରାଯିବ । କେଶପୁର ଛକ,ରାୟପୁର ଛକ, ତାରାତାରିଣି ଛକ ଏବଂ ସିଂହ ଦ୍ୱାର ଠାରେ ଅସ୍ଥାୟୀ ଚେକ୍ ଗେଟ୍ ନିର୍ମାଣ କରାଯାଇ କଟାକଟି ଚେକ୍‌ିଂ କରାଯିବ । ମାଙ୍କ ଯାତ୍ରା ସମୟରେ ଜନସାଧାରଣଙ୍କ ଯାତାୟତ ନିମନ୍ତେ ପ୍ରଶାସନ ପକ୍ଷରୁ ରୁଟଚାର୍ଟ ପ୍ରସ୍ତୁତ କରାଯାଇଛି । ଆଛୁଲି ଠାରୁ ପୁରୁଷୋତ୍ତମପୁର ଯିବା ନିମନ୍ତେ ହୁମ୍ମା ଓ କୋଦଳା ରାସ୍ତା ବ୍ୟବହାର କରିପାରିବେ । କାଳୀ ମନ୍ଦିର ଠାରୁ ଭୁତ ସରସିଂ ଯିବା ପାଇଁ ବୁଢାଆମ୍ବ ଓ କବିସୁର୍ଯ୍ୟନଗର ରାସ୍ତା ବ୍ୟବହାର କରିପାରିବେ । ଭାଟକୁମରଡା ଠାରୁ ତାରାତାରିଣୀ ଛକ, ପାଣ୍ଡିଆ ଛକ ଠାରୁ କେଶପୁର ଛକ, ଜାମୁନି ରାସ୍ତା, ଷୋଳଘର ଠାରୁ ରାୟପୁର ଛକ ରୁଟ ଦେଇ ଯାତ୍ରୀ ମାନେ ଯାତାୟତ କରିପାରିବେ । ପୋଲିସ୍ ବିଭାଗ ଏବଂ ଆଂଚଳିକ ପରିବହନ ବିଭାଗ ଦ୍ୱାରା ସମସ୍ତ ଯାନ ବାହାନ ଗୁଡିକୁ କଡାକଡି ଯାଂଚ କରାଯିବ । ହେଲମେଟ ନ ପିନ୍ଧିଥିବା ଏବଂ ଡ୍ରାଇଭିଙ୍ଗ ଲାସେନ୍ସ ବିହୀନ ଗାଡି ଚାଳକ ମାନଙ୍କ ବିରୁଦ୍ଧରେ କାର୍ଯର୍୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶଗଡ ଗାଡିରେ ଯାତାୟତ କରିବା ପାଇଁ ସଂପୁର୍ଣ୍ଣ ବାରଣ କରାଯାଇଛି । ମନ୍‌ଦିର ପରିସରରେ ଭୋଜିଭାତ ଓ ଖାଦ୍ୟ ସାମଗ୍ରୀ ବିତରଣକୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି । ମାଙ୍କ ଦର୍ଶନ ନିମନ୍ତେ ସୁସ୍ଥ ଥିବା ବ୍ୟକ୍ତି ବିଶେଷ ଆସି ଦର୍ଶନ କରିପାରିବେ । ବୟସ୍କ ବ୍ୟକ୍ତି, ଥଣ୍ଡା କାଶ ସମସ୍ୟାରେ ଜଡିତ ଥିବା ବ୍ୟକ୍ତି ଓ ଛୋଟ ପିଲା, ଗର୍ଭବତୀ ମହିଳାଙ୍କୁ ଯାତ୍ରାକୁ ଆସିବା ନିମନ୍ତେ ବାରଣ କରାଯାଇଛି । ଯେଉଁମାନେ ଦୁଇଟି କୋଭିଡ୍ ଟିକା ଗ୍ରହଣ କରିଛନ୍ତି କେବଳ ସେହି ମାନେ ହିଁ ଆସିବା ଉଚିତ୍ । ମୁଣ୍ଡନକୁ ବାରଣ କରାଯାଇଛି । ମା ତାରା ତାରିଣୀ ଏବଂ ମା ବୁଢୀ ଠାକୁରାଣୀ ଯାତ୍ରାକୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରସାରଣ କରାଯିବ । ଯଦ୍ୱାରା ଭକ୍ତଗଣ ନିଜ ଘରେ ରହି ମାଙ୍କ ଦର୍ଶନ ଲାଭ କରିପାରିବେ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ ।
ଉକ୍ତ ବୈଠକରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପ ଜିଲ୍ଲାପାଳ ୱ, କୀର୍ତ୍ତି ୍‌ୱାସନ୍ , ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଉମା ଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here