କବିସୂର୍ଯ୍ୟନଗର ଓକିଲ ସଙ୍ଘର ନିର୍ବାଚନ ଅନୁଷ୍ଠିତ

0
332

ଗଞ୍ଜାମ(ଭଞ୍ଜ କିଶୋର ମହାରଣା) ଆଜି କବିସୂର୍ଯ୍ୟନଗର ଓକିଲ ସଙ୍ଘ ର ନିର୍ବାଚନ ବିଧିବଦ୍ଧ ଭାବେ ଅନୁଷ୍ଠିତ ହୋଇଥିଲା ବେଳେ ସଭାପତି ଭାବେ ଦୁଷ୍ମନ୍ତ ଜେନା ଓ ସମ୍ପାଦକ ଭାବେ ସୁକୁମାର ମାଝୀ ବିଜୟୀ ହୋଇଛନ୍ତି | ସୂଚନା ଅନୁସାରେ ଉପ ସଭାପତି ଭାବେ ସରୋଜ କୁମାର ପ୍ରଧାନ,ଓ କୋଷାଧକ୍ଷ ଭାବେ କରୁଣାକର ଜେନା, ଏବଂ ଯୁଗ୍ମ ସମ୍ପାଦକ ଭାବେ ରାମଚନ୍ଦ୍ର ପାତ୍ର ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଦ୍ୱାରିକାନାଥ ପାଣିଗ୍ରାହୀ ଜଣାଇଛନ୍ତି | ନବ ନିର୍ବାଚିତ ସଭାପତି,ଉପ ସଭାପତି, ସମ୍ପାଦକ ଓ କୋଷାଧକ୍ଷ ଙ୍କୁ ବାର ଓକିଲ,କର୍ମଚାରୀ ଓ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି |

LEAVE A REPLY

Please enter your comment!
Please enter your name here