ନିଗମାନନ୍ଦ ଏଜୁକେସନ ସେଣ୍ଟର ପକ୍ଷରୁ “ଥିଲେ ଦିଅନ୍ତୁ,ନଥିଲେ ନିଅନ୍ତୁ “

0
280

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ପୁରୁଣା ବସ୍ତ୍ରକୁ ନଷ୍ଟ ନ କରି ତାହା ଆବଶ୍ୟକ ଥିବା ଲୋକଙ୍କ ପାଖରେ ପହଞ୍ଚାଇ ସେମାନଙ୍କ ମୁଁହରେ ହସ ଫୁଟାଇବା ଲକ୍ଷ୍ୟ ନେଇ ଭଞ୍ଜନଗରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଗମାନନ୍ଦ ଏଜୁକେସନ ସେଣ୍ଟର ତରଫରୁ ଆରମ୍ଭ କରାଯାଇଛି” ଥିଲେ ଦିଅନ୍ତୁ ଓ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ ବାଉଁଶଲୁଣ୍ଡି ପଞ୍ଚାୟତ ଅଫିସ ଆଗରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଂପାଦକ ଚିନ୍ମୟ କୁମାର ବେବର୍ତ୍ତା,ସଦସ୍ୟା ପ୍ରଭାତି ମଞ୍ଜରୀ ବେହେରା,ସଦସ୍ୟ ଶଙ୍କର ପ୍ରସାଦ ପଟ୍ଟନାୟକ,ହିମାଂଶୁ ଶେଖର ମିଶ୍ର, ତ୍ରିନାଥବେହେରା, ଭେଙ୍କଟେଶ , ପ୍ରମୋଦା ସାହୁ, ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଠାରୁ ବସ୍ତ୍ର ଗ୍ରହଣ ଠାରୁ ଆରମ୍ଭ କରି,ବସ୍ତ୍ର ଆବଶ୍ୟକ କରୁଥିବା ଲୋକଙ୍କୁ ବସ୍ତ୍ର ପ୍ରଦାନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ଶିକ୍ଷୟିତ୍ରୀ ମନବିନ ଜେନା, ସି.ଆର୍.ସି.ସି ମୋହନ ସାହୁ ପ୍ରମୁଖ ଏହି ଅବସରରେ ପୋଷାକ,ବସ୍ତ୍ର ଆଦି ପ୍ରଦାନ ପୂର୍ବକ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରାୟ ଶତାଧିକ ମହିଳା ଓ ପୁରୁଷ ବସ୍ତ୍ର ଗ୍ରହଣ କରିଥିବାବେଳେ ପ୍ରାୟ ଚାଳିସରୁ ଉର୍ଦ୍ଧ୍ବ ଲୋକ ନିଜର ପୁରୁଣା ବସ୍ତ୍ର ପ୍ରଦାନ କରିଥିଲେ । ଶେଷରେ ସହ ସଂପାଦକ ହିମାଂଶୁ ଶେଖର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ – ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here