କୋଦଳା ବାଇଗଣିଆ ସାହି ଅଙ୍ଗନବାଡି କେନ୍ଦ୍ରରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ

0
262

କୋଦଳା(ନ୍ୟୁଜଏକ୍ସଟ୍ରା) ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମାନଙ୍କରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ମଶାବାହିତ ରୋଗ ମ୍ୟାଲେରିଆ, ଡେଙ୍ଗୁ ଆଦି ରୋଗରୁ ରକ୍ଷା ପାଇବା ପାଇଁ ସରକାରଙ୍କ ତରଫରୁ ଏହି ମଶାରୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l ଆଜି ଗଞ୍ଜାମ ଜିଲ୍ଲା କୋଦଳା ଏନଏ ସି ର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାଇଗଣିଆ ସାହି ଅଙ୍ଗନବାଡି କେନ୍ଦ୍ରର ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମଶା ଦାଉରୁ କିଭଳି ରକ୍ଷା ପାଇବା, ମଶାରୀକୁ ସଠିକ ଭାବରେ କିପରି ଟଙ୍ଗା ଯାଇପାରିବ ସେ ନେଇ ଲୋକଙ୍କୁ ମଧ୍ୟ ସଚେତନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସୁପର ଭାଇଜର ବନମାଳୀ ସେଠି,ଏଏନଏମ ଏ ପ୍ରମିଳା ପାତ୍ର,ଅଙ୍ଗନବାଡି କର୍ମୀ ଶ୍ରୀମତୀ ରିତାରାଣୀ ମିଶ୍ର , ସହାୟିକା ଲକ୍ଷ୍ମୀ ଜେନା, ସୁଜାତା ଗୌଡ଼, ରାଧାରାଣୀ ଜେନା, ସବିତା ବେହେରା ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ l

ରିପୋର୍ଟ :ଦେବାଶିଷ ମହାରଣା

LEAVE A REPLY

Please enter your comment!
Please enter your name here