ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତି ବୈଠକ

0
246

ବୁଗୁଡା : ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକ ସମିତିର ସଭାପତି ତଥା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅକ୍ଟୋବର ୨୩ ତାରିଖ ଦିନ ମେଡ଼ିକାଲର ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ତଥା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ସ୍ୱାଗତ ଭାଷଣ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବିପିଏମ ବିଶ୍ଵଜିତ ପ୍ରଧାନ ଗତ ବୈଠକ ନିଷ୍ପତ୍ତି ପ୍ରକାରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ବିଷୟ ଉପସ୍ଥାପନ କରିଥିଲେ। ଆଲୋଚନା ପରେ ଅବଶିଷ୍ଟ କାର୍ଯ୍ୟ ସମାପ୍ତ କରିବା ସହ ମେଡ଼ିକାଲର ପ୍ରାଚୀନ ନିର୍ମାଣ, ପାନୀୟ ଜଳଯୋଗାଣ ପାଇଁ ବୋର ୱେଲ ନିର୍ମାଣ ଓ ବିଧାୟକଙ୍କ ହାତପାଣ୍ଠିରୁ ଆସିଥିବା ମହାପ୍ରୟାଣ ଆମ୍ବୁଲାନ୍ସ ପରିଚାଳନା ଖର୍ଚ୍ଚ ବିଷୟରେ ଆଲୋଚନା ହୋଇ ପ୍ରସ୍ତାବ ଗୃହୀତ ହୋଇଥିଲା। ବୈଠକରେ ବ୍ଲକ ଅଧ୍ୟକ୍ଷା ମାମୀ ସେନାପତି, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ସିଡିପିଓ ରଞ୍ଜିତା ତ୍ରିପାଠୀ, ମଦନ ଗୋପାଳ ଦୋରା ପ୍ରମୁଖ ସଦସ୍ୟ/ସଦସ୍ୟା ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here