ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା । ମୋହନା ରେ ଅଖଚକ ବନ୍ଦ

0
293

ମୋହନା(ନ୍ୟୁଜଏକ୍ସଟ୍ରା) ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । କୃଷି ଅଧ୍ୟାଦେଶ ବାତିଲ, ବିଜୁଳି ବିଲ ପ୍ରତ୍ୟାହାର, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରଭୃତି ଦାବୀ ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ଗଜପତି ଜିଲ୍ଲା ମୋହନା ହାଇ ସ୍କୁଲ ଛକ ଓ କଲେଜ ଛକରେ ନିକଟରେ ଆଜି ଅଖିଳ ଭାରତୀୟ କୃଷକ ମହାସଭା ଓ କଙ୍ଗ୍ରେସ, କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ବନ୍ଦ ପାଳନ କରାଯାଇଛି । ବିକ୍ଷୋଭ କାରୀ ମାନେ ରାସ୍ତା ଅବରୋଧ କରିବା ସହ ସହରରେ ଦୋକାନ ବଜାର ବନ୍ଦ ରହିଛି । ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି । ବାଳକୃଷ୍ଣ ମଲ୍ଲିକ. ଜୁନେଶ ଶବର. ନିର୍ମଲ ପାଲ. ରମାକାନ୍ତ ମାଲିକ ଙ୍କ ନେତୃତ୍ୱରେ ଏହି ବନ୍ଦ ପାଳନ କରାଯାଇଛି ।

ରିପୋର୍ଟର -ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here