ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ଡଃ ସୁରେନ୍ଦ୍ର ରଥ,ମୋ ସ୍କୁଲ ଅଭିଯାନ ପାଇଁ ଅନୁଦାନ

0
338

ପାରଳାଖେମୁଣ୍ଡି (ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ଡାକ୍ତର ସୁରେନ୍ଦ୍ର କୁମାର ରଥ ଏହି ସ୍କୁଲରେ ବିଦ୍ୟା ଗ୍ରହଣ କରି ସେ ନିଜକୁ ଗୋଟିଏ ଡାକ୍ତର ହୋଇପାରିଲେ।ସେ ବର୍ତ୍ତମାନ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଔଷଧ ବିଶେଷଜ୍ଞ ଭାବରେ ଚାକିରି କରୁଛନ୍ତି। ରାଜ୍ୟ ସରକାର ଙ୍କ ନୁଆ କାର୍ଯ୍ୟକ୍ରମ ଯାହା କି ମୋ ସ୍କୁଲ ଅଭିଯାନ ଆରମ୍ଭ କରିଥିଲେ ସେ କାର୍ଯ୍ୟକ୍ରମ ଉପରେ ମୁଗ୍ଧ ହୋଇ ସେ ନିଜର ବିଦ୍ୟାପିଠକୁ ନିଜର ପିରିଶ୍ରାମିକ କଷ୍ଟରୁ କିଛି ଅର୍ଥ ତଥା ୫୦,୦୦୦/-ପଚାସ ହଜାର ଟଙ୍କା ମୋ ସ୍କୁଲ ଅଭିଯାନ ପାଇଁ ଅନୁଦାନ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବ୍ରୃଷକେତୁ ଦାସ ଙ୍କୁ ଏବଂ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତ ରେ ପୈଠ କରିଛନ୍ତି। ଡାକ୍ତର ରଥ ଙ୍କ ମୁକ୍ତ ହସ୍ତରେ ଏହି ଅର୍ଥ ଅନୁଦାନ ଦେଇଥିବା ପାଇଁ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ସଂସଦ ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ୍ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here