ଭାରତ ବନ୍ଦ : ବୁଗୁଡା ବସଷ୍ଟାଣ୍ଡ ଜନଶୂନ୍ୟ : କରସିଙ୍ଗି ଛକରେ ରାସ୍ତା ଅବରୋଧ

0
309

ବୁଗୁଡା(ନ୍ୟୁଜ ଏକ୍ସଟ୍ରା ) କେନ୍ଦ୍ର ସରକାରଙ୍କ ୩ ଟି କଳା କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଜାତୀୟ କୃଷକ ମହାମେଣ୍ଟ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦକୁ ସମର୍ଥନ କରି କ୍ରାନ୍ତିକାରୀ କୃଷକ ସଭା, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ ଓ ଆଦିବାସୀ ଭାରତ ମହାସଭା ପ୍ରଭୃତି ସଂଗଠନ ସମର୍ଥନ ଜଣାଇ ରାସ୍ତାରୋକ କରି ଭାରତ ବନ୍ଦକୁ ସଫଳ କରିଥିବା ଜଣାପଡିଛି। ବୁଗୁଡା ସହରରେ ବଳଦେବ ଜୀଉ ବସଷ୍ଟାଣ୍ଡ ଜନଶୂନ୍ୟ ଥିବା ବେଳେ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ନୟାଗଡ଼ ଜିଲ୍ଲାକୁ ସଂଯୋଗ କରୁଥିବା କରସିଙ୍ଗି ଠାରେ ରାଜ୍ୟ ରାଜପଥକୁ ଅବରୋଧ କରି କଳା କୃଷକ ଆଇନ ପ୍ରତ୍ୟାହାର କରିବା, ପେଟ୍ରୋଲ, ଡିଜେଲ ଓ ଜାଳେଣି ଗ୍ୟାସ ମୂଲ୍ୟ ବୃଦ୍ଧି ଓ ଅନ୍ୟାନ୍ୟ ଦାବୀ ବିଷୟ ନେଇ ବିକ୍ଷୋଭକାରୀ ବୃନ୍ଦ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା। ସୁର ମଳିକ, ବଳଭଦ୍ର ମଳିକ, ଦେବରାଜ ମଳିକ, ଅନନ୍ତ ପ୍ରଧାନ, ଶାନ୍ତନୁ ଜାନୀ, ଅଭି ପ୍ରଧାନ, ପ୍ରଶନ ଦଲବେହେରା, ଶ୍ୟାମଘନ ଜାନୀ, ସଞ୍ଜୁ ଜାନୀ, କାଞ୍ଚନ ମଳିକ, ହାର ମଳିକ, ଭାନୁ ମଳିକ, ରଣା ପ୍ରଧାନ, ରାମ ପ୍ରଧାନ, ଦଣ୍ଡୁ ଜାନୀ, ଅଶୋକ ଜାନୀ ପ୍ରମୁଖ ବହୁ ମହିଳା ଓ ପୁରୁଷ ଭାରତ ବନ୍ଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ରିପୋର୍ଟ : ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here