ଭାରତ ଭ୍ରମଣ କରୁଥିବା ସାଇକେଲ ଆରୋହୀଙ୍କୁ ରୋଟାରୀ କ୍ଳବ ତରଫରୁ ସମ୍ବର୍ଦ୍ଧନା

0
297

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା) ସୁସ୍ଥ, ସବୁଜ ଓ ଶିକ୍ଷିତ ଭାରତ ଗଠନ ପାଇଁ ବାର୍ତ୍ତା ନେଇ ସାଇକେଲରେ ସାରା ଭାରତ ଭ୍ରମଣ କରୁଥିବା ସାଇକେଲ ଆରୋହୀ ହରିଆନାର ମହେଶ କୁମାର ଙ୍କୁ ଗତ 24 ତାରିଖ ସଂଧ୍ୟାରେ ବ୍ରହ୍ମପୁର ଠାରେ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।ହରିଆନାର ଟିମ୍-4 ରେଡି ଠାରୁ ସାଇକେଲରେ ଯାତ୍ରା ଆରମ୍ଭ କରିଥିବା ମହେଶ କୁମାର ମୁମ୍ବାଇ, ଚେନ୍ନାଇ ଦେଇ ପ୍ରାୟ 4000 କି.ମି ପଥ ଅତିକ୍ରମ କରି ଆସିଛନ୍ତି ଏବଂ 25 ତାରିଖ ପୂର୍ବାହ୍ନରେ ବ୍ରହ୍ମପୁର ଠାରୁ ବିଦାୟ ନେଇଛନ୍ତି ।ସ୍ବାଗତ ଓ ବିଦାୟ ବେଳାରେ କ୍ଳବର ସଭାପତି ରଂଜିତ କୁମାର ପାତ୍ର, ପୂର୍ବତନ ସଭାପତି ପ୍ରଦୀପ କୁମାର ପଣ୍ଡା, ଅଜିତ କୁମାର ପୃଷ୍ଟି, ପ୍ରଦୀପ କୁମାର ପଟ୍ଟନାୟକ, ଅସିତ ଦତ୍ତ, ରାଜେଶ୍ବର ରାଓ, ଜଗଜୀବନ ପାତ୍ର, ଜୟନ୍ତ କୁମାର ପାତ୍ର, ଦେବକାନ୍ତ ପାତ୍ର ପ୍ରମୁଖ ଉପସ୍ଥିତରହି ମହେଶ କୁମାରଙ୍କ ଏତାଦୃଶ ଦୁଃସାହସ କାର୍ଯ୍ୟ ପାଇଁ ସାଧୁବାଦ୍ ଜଣାଇ ଉତ୍ସାହିତ କରିଥିଲେ ।ବିସିଏ ଶିକ୍ଷାଗତ ଯୋଗ୍ୟତା ହାସଲ କରି ଥିବା ମହେଶ ତାଙ୍କର ରାଜ୍ୟର ଜଣେ ଉଦୀୟମାନ ଆଥଲେଟ ରୂପେ ତାଙ୍କର ରାଜ୍ୟରେ ସୁପରିଚିତ ।ସେ ଆହୁରି 2000 କି-ମି ରାସ୍ତା ଅତିକ୍ରାନ୍ତ କରିଥିବା ଲକ୍ଷ୍ୟ ରଖିଛନ୍ତି ।ସେ ଏଠାରୁ କଲକୋତା ଅଭିମୁଖେ ଯାତ୍ରା କରିଥିଲେ ।ବ୍ରହ୍ମପୁରରେ ରହଣୀପାଇଁ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ସମସ୍ତ ସହଯୋଗ କରିଯାଇ ଥିବା ବିଷୟ କ୍ଳବର ସଂପାଦକ କାମରାଜୁ ମହାରଣା ଙ୍କ ଠାରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here