ଦେବଭୂମି ରେ ବିଶ୍ୱ ଜଳଦିବସ ପାଳିତ

0
299

ଆସିକା(ନ୍ୟୁଜଏକ୍ସଟ୍ରା)ସୋମବାର ଦିନ ଆସିକା ବ୍ଲକ ଅନ୍ତର୍ଗତ ଦେବଭୂମି ପଂଚାୟତରେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀ ବିଜୟ କୁମାର ଦଳେଇ, ଭିଏଲଡବ୍ଲୁ ଯାଜ୍ଞସେନୀ ନାହାକ,ଜିଲ୍ଲା ପରିଷଦ ଶ୍ରୀ ଗୌରହରି ବେହେରା, ସମିତି ସଭ୍ୟ ସନ୍ତୋଷ କୁମାର ନାୟକ, ଜିଆରଏସ ସ୍ଵର୍ଣଲତା ପଣ୍ଡା, ଯୋଗାଣ ସହାୟିକା ଗାୟତ୍ରୀ କୁମାରୀ ନାୟକ, ସୁରେନ୍ଦ୍ର ନାଥ ପାତ୍ର,ଅଙ୍ଗନବାଡି କର୍ମୀ ଓ ଗ୍ରାମବାସୀ ଯୋଗଦେଇ ଜଳ ସଂରକ୍ଷଣ ଉପରେ ଆଲୋକପାତ କରିଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ଜଳ ସ୍ୱଛତା ନେଇ ଶପଥ ପାଠ କରିବା, ପୁସ୍କରିଣୀ ସଫା କରାଯିବା ସହ ଗ୍ରାମ ପରିକ୍ରମା କରାଯାଇ ସଚେତନତା ବାର୍ତା ଦିଆଯାଇଥିଲା ।ଏଥିରେ ଗ୍ରାମବାସୀ ସହଯୋଗ କରିଥିଲେ ।

ରିପୋର୍ଟ :ଜଗନ୍ନାଥ ସାହୁ

LEAVE A REPLY

Please enter your comment!
Please enter your name here