ନାଟଙ୍ଗା ଗ୍ରାମପଞ୍ଚାୟତର ତରଫରୁ ବିଶ୍ୱ ଜଳଦିବସ ଓ ସ୍ବଚ୍ଛତା ଦିବସ

0
281

ବେଲଗୁଣ୍ଠା(ନ୍ୟୁଜଏକ୍ସଟ୍ରା) ବେଲଗୁଣ୍ଠା ବ୍ଳକ ନାଟଙ୍ଗା ଗ୍ରାମପଞ୍ଚାୟତ ରେ ବିଶ୍ୱ ଜଳ ଦିବସ ରେ ବ୍ଳକ ର ପାଇଲେଟ ପୋଜେଟ ରୂପ ଗ୍ରହଣ କରି ସ୍ବଚ୍ଛତା କାର୍ଯ୍ୟକ୍ରମକୁ ଗ୍ରାମପଞ୍ଚାୟତ ହସ୍ତାନ୍ତର କରାଯାଇଛି। ଜନସାଧାରଣଙ୍କକୁ ସଚେତନତା କରିବା ପାଇଁ ପଞ୍ଚାୟତ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଅତିରିକ୍ତ ପକ୍ଳପ ଅଧିକାରୀ ଜ୍ବତି ପ୍ରକାଶ ରାଏ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜଳର ଆବଶ୍ୟକତା ଓ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେବାକୁ ଆହ୍ବାନ କରିଥିଲେ। ଅନ୍ୟତମ ଅତିଥି ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ର ଉପସ୍ଥିତ ଅଞ୍ଚଳବାସୀଙ୍କକୁ ଜଳ ସୁରକ୍ଷା ଓ ସ୍ବଚ୍ଛତା ଉପରେ ଶପଥ ପାଠ କରାଇଥିଲେ। ସଢଙ୍ଗିପଲ୍ଳୀ ହାଇସ୍କୁଲ ଛକ ଠାରୁ ଏକ ସଚେତନ
ରାଲି ବାହାରି ଗାଁ ପୋଖରୀ ପର୍ଯ୍ୟନ୍ତ ଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ନବୀନ ମାଝୀ, ଗ୍ରାମସେବକ ବିଦ୍ୟାଧର ସେଠୀ, ଟେକିନିକାଲ ଆସିଷ୍ଟାଣ୍ଟ ପ୍ରକାଶ ଚନ୍ଦ୍ର ସାହୁ ,ଗ୍ରାମରୋଜଗାର ସେବକ ସୁଶାନ୍ତ ଦାଶ, ପ୍ରଧାନ ଶିକ୍ଷକ
ମଳୟ କୁମାର ପଣ୍ଡା, ଶିକ୍ଷୟତ୍ରୀ ସ୍ଵୟଂପ୍ରଭା ସାହୁ,ସୁଜତା ପ୍ରଧାନ, ଡୋକି ସରୋଜିନୀ, ସୂର୍ଯ୍ୟନାରାୟଣ ଗୌଡ, ସୁସଙ୍ଗିନି ପ୍ରଧାନ, ରଶ୍ମୀକୁମାରୀ ପାଢି, ସୁରେନ୍ଦ୍ର ପାତ୍ର, ପାର୍ବତୀ ବେହେରା, ବଂଶୀଧର ପ୍ରଧାନ , ଯୁବ ନେତା ରାଧାସ୍ବାମି ରାଜୁ, ସମାଜସେବୀ ହରିବନ୍ଧୁ ଲେଙ୍କା ସମେତ ସମେତ ପଞ୍ଚାୟତ ର ସମସ୍ତ
ଶିକ୍ଷକ, ଆଶା, ଅଙ୍ଗନୱାଡି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଯୋଗଦେଇ ଥିଲେ।

ରିପୋର୍ଟ :ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here