ଅକ୍ସଫୋର୍ଡ ପବ୍ଲିକ ସ୍କଲ ପୁରସ୍କାର ବିତରଣୀ ଉତ୍ସବ ର ଦ୍ଵିତୀୟ ଦିବସ

0
388

ବ୍ରହ୍ମପୁର: ସ୍ଥାନୀୟ ଲାଞ୍ଜିପଲ୍ଲି ରାଜପଥ ସ୍ଥିତ ଅକ୍ସଫୋର୍ଡ ପବ୍ଲିକ ସ୍କୁଲର ପୁରସ୍କାର ବିତରଣ ଉତ୍ସବ ର ଦ୍ଵିତୀୟ ଦିବସ ବି ମହା ଆଡମ୍ବର ରେ ଅନୁଷ୍ଠିତ ହୋଇ ଯାଇଛି ।ଇତ୍ୟ ଅବସର ରେ ଆୟୋଜିତ ସଭାରେ ଅନୁଷ୍ଠାନର ନିର୍ଦେଶକ *ଇ. ଅଶୋକ କୁମାର ପାଳ* ଅତିଥି ପରିଚୟ ପୂର୍ବକ କାର୍ଯ୍ୟ କ୍ରମ ର ଉଦେଶ୍ୟ ଜ୍ଞାପନ କରି ବିଦ୍ୟାଳୟ ରେ ଖେଳକୁଦ ର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭା ମଣ୍ଡପ କୁ ଶ୍ରୀ ବୃଦ୍ଧି କରିବାକୁ ଅତିଥି ଭାବେ ଯୋଗ ଦେଇ *ଶ୍ରୀ ଶିଶିର କୁମାର ପାଢ଼ୀ,(ବରିଷ୍ଟ ଓକିଲ )ହୃଷୀକେଶ ପ୍ରଧାନ(ବିଦ୍ୟାଳୟ ଆଇନ ପରାମର୍ଶ ଦାତା ), ବଳଭଦ୍ର ସାହୁ,(APP)ଓ ତ୍ରିଲୋଚନ ପରିଡ଼ା(PP) ପ୍ରଦୀପ ବେହେରା(ଆଇନ ଜିବୀ)* ନିଜନିଜ ବକ୍ତବ୍ୟ ରେ ଅନୁଷ୍ଠାନ ର ଭୂୟସୀ ପ୍ରଶଂସା ପୂର୍ବକ ଶିଶୁ ଙ୍କ ଜୀବନ ପ୍ରଗତିରେ ଖେଳକୁଦ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଉକ୍ତ ଉତ୍ସବରେ ଆୟୋଜିତ ରଙ୍ଗ ମଞ୍ଚ କାର୍ଯ୍ୟକ୍ରମ କୁ ଉପସ୍ଥିତ ଶତାଧିକ ଦର୍ଶକ ଭରପୁର ଉପଭୋଗ କରି ଥିବା ବେଳେ ୨୫୬ ଜଣ ଶିଶୁ ନିଜର କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ ପାଇଁ ପୁରସ୍କୃତ ହୋଇ ଥିଲେ ।ଏହି କାର୍ଯ୍ୟକ୍ରମ କୁ ରବି ସାହୁକାର,ରମାକାନ୍ତ ରଥ,ଓ ରଶ୍ମିତା ବିଶ୍ଵାଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ସହ ଚିନ୍ମୟ ଓ ପ୍ରଶାନ୍ତ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here