‘ଆମ ଖବର’ ୟୁଟ୍ୟୁବ୍ ଚ୍ୟାନେଲ୍ ର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ; ବିଭିନ୍ନ ବିଭାଗରେ 19 ଜଣ ପୁରସ୍କୃତ

0
449

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ଘୁମୁସର ମାଟିର କଳା, ସାହିତ୍ୟ ଏବଂ ସମାଜ ସେବାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରାଇବା ପାଇଁ ଭଞ୍ଜନଗର ମାଟିର ସମାଜସେବୀ ଚିନ୍ମୟ ବେବର୍ତ୍ତା ଏବଂ ତାଙ୍କର ଧର୍ମପତ୍ନୀ ପ୍ରଭାତୀ ମଞ୍ଜରୀ ବେହେରାଙ୍କ ପ୍ରଚେଷ୍ଟାରେ ଗଢ଼ି ଉଠିଥିବା ଲୋହରାଖଣ୍ଡି ସାହିତ୍ୟ ସଂସଦ କରୋନା କଟକଣା ଭିତ୍ତିକ ଲକ୍ ଡ଼ାଉନ୍ ସମୟରେ ‘ଆମ ଖବର’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ କରିଥିଲା I ଏହି ଚ୍ୟାନେଲ୍ ତରଫରୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଉଥିବା ବେଳେ ଲୋହରାଖଣ୍ଡି ସାହିତ୍ୟ ସଂସଦର ଉନବିଂଶତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ନିଆରା ଶୈଳୀର ରାଜ୍ୟ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା I ଏହି ଅବସରରେ ଶିଶୁ ବିଭାଗ,ଯୁବ ବିଭାଗ ଏବଂ ବୟସ୍କ ବିଭାଗକୁ ନେଇ ସେମାନଙ୍କ ମଧ୍ୟରେ ଆଧୁନିକ କବିତା, ଶିଶୁ କବିତା, କ୍ଷୁଦ୍ର ଗଳ୍ପ, ଭଜନ, ବ୍ୟଙ୍ଗ କବିତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା I ଏହି ରାଜ୍ୟ ସ୍ତରୀୟ ଅନଲାଇନ୍ ପ୍ରତିଯୋଗିତାରେ 215 ଜଣ ଅଂଶ ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ବିଭିନ୍ନ ବିଭାଗରେ 19 ଜଣ ଶ୍ରେଷ୍ଠ ପ୍ରତିଯୋଗିଙ୍କୁ ଟ୍ରଫି ଏବଂ ଡ଼ିଜିଟାଲ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା I ଏହି ଅବସରରେ ବୟସ୍କ ବିଭାଗରୁ ବ୍ୟଙ୍ଗ କବିତାରେ ଶିଶିର କୁମାର ସ୍ୱାଇଁ, ଭଜନରେ ଆରତୀ କୁମାରୀ ବେହେରା, ଆଧୁନିକ କବିତାରେ ପ୍ରକାଶନ ମାଝୀ, ଗିତୀ କବିତାରେ ବାସନ୍ତୀ ଲତା ଜେନା, ଗଳ୍ପରେ ସଙ୍ଗୀତା ପଣ୍ଡା, ଶିଶୁ କବିତାରେ ମନୋରମା ସାହୁ, ଯୁବ ବିଭାଗରୁ ଆଧୁନିକ କବିତାରେ ଯାଜ୍ଞସେନୀ ପାଣି, ଭଜନରେ ଶୁଭେନ୍ଦୁ କୁମାର ପ୍ରଧାନ, ବକ୍ତୃତାରେ ମୋନାଲିସା ମିଶ୍ର, ଗିତୀ କବିତାରେ ଶିଖା ରାଣୀ ମହାପାତ୍ର, ଗଳ୍ପରେ ସନ୍ତୋଷ୍ମିତା ସାହୁ, ବ୍ୟଙ୍ଗ କବିତାରେ ଶିବାନନ୍ଦ ବାରିକ ଏବଂ ଶିଶୁ ବିଭାଗରୁ ତିନି ଦଶ ବର୍ଷ ବୟସ ମଧ୍ୟରେ ଆଧୁନିକ କବିତାରେ ସଦ୍ୟାନ୍ତ ଶତପଥୀ,ବକ୍ତୃତାରେ ଜ୍ଞାନ ଜ୍ୟୋତି ଦାଶ୍,ଏକକ ଅଭିନୟରେ ଶ୍ରଦ୍ଧା ଶ୍ରବଣୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଏଗାରରୁ କୋଡ଼ିଏ ବର୍ଷ ବୟସ ବିଭାଗରୁ କବିତାରେ ଶୁଭ୍ର ସୁଚିତ୍ରା ମହାନ୍ତ,ଭଜନରେ ସାଇ ଜ୍ୟୋତି ପାଢୀ, ବକ୍ତୃତାରେ ୱାନିଆ ଫତୀମା ଓ ଚିତ୍ରାଙ୍କନ ଶୁଭସ୍ମିତା ମିଶ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା I କୋଭିଡ କଟକଣାଯୋଗୁଁ କୌଣସି ବଡ଼ ଧରଣର ପୁରସ୍କାର ବିତରଣ ଉତ୍ସବ ଆୟୋଜନ ନକରି ଭଞ୍ଜନଗର ଏବଂ ଏହାର ନିକଟସ୍ଥ ଅଞ୍ଚଳର କୃତି ପ୍ରତିଯୋଗୀଙ୍କୁ ଲୋହରାଖଣ୍ଡି ସାହିତ୍ୟ ସଂସଦ କାର୍ଯ୍ୟାଳୟ ପରିସରରେ ପୁରସ୍କୃତ କରାଯାଇଥିବା ବେଳେ ଅନ୍ୟ ପ୍ରତିଯୋଗଗୀଙ୍କ ନିକଟକୁ ରେଜିଷ୍ଟ୍ରି ଡାକରେ ପୁରସ୍କାର ଗୁଡ଼ିକ ପଠାଇ ଦିଆଯାଇଛି I ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ପରିଚାଳନା କରିଥିବା ବେଳେ ସହ ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା ସହଯୋଗ କରିଥିଲେ I

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here