ଦୁଇ କୁଖ୍ୟାତ ଗଞ୍ଜେଇ ବେପାରୀଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ଯାପ୍ତି

0
306

ବୁଗୁଡା : ଗଞ୍ଜାମ ଜିଲ୍ଲା ବୁଗୁଡା ସହର ସ୍ଥିତ ରଘୁନାଥ ସାହିର କୁଖ୍ୟାତ ନିଶା ବେପାରୀଙ୍କ ପ୍ରାୟ ତିନି କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ହୋଇଥିବା ଜଣାପଡିଛି। ଗତ କିଛି ଦିନ ପୂର୍ବେ ନିଶାବେପାରିଙ୍କ ବାସଭବନ ରେ ଚଢାଉ କରାଯାଇ ଗୋଟିଏ ଇନୋଭା କାର୍ ସହ ଗଞ୍ଜେଇ ଜବତ ହୋଇଥିବା ବେଳେ ଜୁଲାଇ ୨୮ ତାରିଖରେ କ୍ରାଇମ୍ ବ୍ରାଞ୍ଚ ସହଯୋଗରେ କୁଖ୍ଯାତ ନିଶା ମାଫିଆ ଦୁଇ ଭାଇଙ୍କର ୩ କୋଟିର ସଂପତ୍ତି ବାଜ୍ୟାପ୍ତ କରାଯାଇଛି । କେନ୍ଦ୍ର ସରକାରଙ୍କ ଏନଡିପିଏସ ଆଇନ ବଳରେ କୋଲକାତାର ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରା ଏହି ବାଜ୍ୟାପ୍ତି କରାଯାଇଛି । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ବନମାଳୀ ଓ ଅରୁଣ ପ୍ରଧାନ ବାଜ୍ୟାପ୍ତି ଜବତ ସଂପତ୍ତି ମଧ୍ୟରେ ୫ଟି କମର୍ସିଆଲ ବିଲ୍ଡିଂ, ୮ଟି ଜମି , ୫୯୫ ଗ୍ରାମ ସୁନା ଥିବା ଜଣାପଡିଛି।
ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here