ତୈଳ ଓ ଖାଉଟି ଦରବୃଦ୍ଧି ପ୍ରତିବାଦରେ ବେଗୁନିଆପଡ଼ା ବ୍ଲକ କଂଗ୍ରେସର ବିକ୍ଷୋଭ ଓ ପଦଯାତ୍ରା

0
344

ବେଗୁନିଆପଡ଼ା: ତୈଳ ଦର ଓ ରନ୍ଧନ ଗ୍ୟାସ ଦର ବୃଦ୍ଧିସାଙ୍ଗକୁ ଖାଉଟି ସାମଗ୍ରୀର ଦରବୃଦ୍ଧିକୁ ନେଇ ଲୋକେ ଚିନ୍ତିତ । କଂଗ୍ରେସ ଦରବୃଦ୍ଧିକୁ ବିରୋଧ କରି ରାଜରାସ୍ତାକୁ ଓଲ୍ହାଇ ଏହାର ପ୍ରତିବାଦ କରିଛି । ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ଵାଚନ ମଣ୍ଡଳୀର ବେଗୁନିଆପଡ଼ା ବ୍ଲକ କଂଗ୍ରେସ ସଭାପତି ଭବାନୀ ପ୍ରସାଦ ଜେନା ଓରଫ ବୁଲାଙ୍କ ନେତୃତ୍ୱରେ ବହୁ କଂଗ୍ରସ କର୍ମୀ ବିକ୍ଷୋଭ କରିଥିଲେ । ତୁମ୍ବେଶ୍ୱର ଠାରୁ ରାଲିରେ ଆସି ସୁମଣ୍ଡଳ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ କରିବା ସହିତ ମୋଦିସରକାରଙ୍କ ମନମୁଖୀ ଶାସନକୁ କଦାପି ବରଦାସ୍ତ କରାଯିବ ନାହିଁ ଓ ଯେତେଦିନ ଯାଏ ଆଶାନୁରୂପକ ତୈଳ ଦର ନ କମିଛି ସେତେଦିନଯାଏ ଏ ଲଢେଇ ଜାରିରହିବ ବୋଲି କହିଥିଲେ । ଏହି ଅବସରରେ ପାଣୁ ସାହୁ, ବାବୁ ସାମଲ, ନିବାସୀ ବାରିକ, ପବିତ୍ର ସମନ୍ତରା, ମହେନ୍ଦ୍ର କୁମାର ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ, ଲୀପୁନ କୁମାର ଦୋରା, ପଦ୍ମ ମହାନ୍ତି, ପଦ୍ମ ପାଣ୍ଡି, ପ୍ରସନ୍ନ କୁମାର ରଥଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here