ବନ ସୁରକ୍ଷା ସମିତି ସଭ୍ୟସଭ୍ୟା ଙ୍କ କ୍ଷେତ୍ର ପରିଦର୍ଶନ

0
369

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ -୨ ଅନ୍ତର୍ଗତ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନରେ ଥିବା ବୁଗୁଡା ଓ ବଡଗଡ଼ ବନାଞ୍ଚଳ ବା କ୍ଷେତ୍ର ପରିଚାଳନା ଏକକ ର ବନ ସୁରକ୍ଷା ସମିତିର ସଭ୍ୟସଭ୍ୟା ଗ୍ରାମ୍ୟ ବନ ସହାୟକ, ସହାୟିକା ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟ ମାନେ ସୋରଡା ବନାଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାଯ୍ୟ ପରିଦର୍ଶନ ସହ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ପ୍ରଥମେ ସମସ୍ତ ପ୍ରଶିକ୍ଷାଥି ମାଣିଆକାଠି ବନ ସୁରକ୍ଷା ସମିତିର ବୃକ୍ଷ ରୋପଣ କାଯ୍ୟ ପରିଦର୍ଶନ କରିବା ସହ ଗ୍ରାମରେ ବୈଠକ କରି ବିଭିନ୍ନ ପ୍ରକାରର କାଯ୍ୟ ଉପରେ ଆଲୋଚନା କରିଥିଲେ। ଏହା ପରେ କେନ୍ଧୁପଲ୍ଲୀ ବନ ସୁରକ୍ଷା ସମିତିର ପେପର ପ୍ଲେଟ ପ୍ରସ୍ତୁତି ଓ ବନ ସୁରକ୍ଷା ଗୃହ ପରିଦର୍ଶନ କରିବା ସହ ରୁବାଙ୍ଗି ବନ ସୁରକ୍ଷା ସମିତି ଅଧିନ ମୂର୍ତ୍ତିକା ଓ ଜଳ ସରକ୍ଷଣ ଲାଗି କରାଯାଇଥିବା ଚେକଡ୍ୟାମ ବୁଲି ଦେଖିଥିଲେ। ସହକାରୀ ବନ ସରକ୍ଷକ ପ୍ରଭାକର ନାୟକଙ୍କ ସଭାପତିତ୍ୱ ରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଗାଜଲବାଡ଼ି ସରପଞ୍ଚ,ପ୍ରକଳ୍ପର ଶୁଭ୍ରକାନ୍ତ ମିଶ୍ର ଓ ଶୋଭନ ପଟ୍ଟନାୟକ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ସଚେତନତା ବାର୍ତା ଦେଇଥିଲେ। ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲକୁ ନିଆଁଦାଉରୁ ରକ୍ଷା କରିବା ସମ୍ବଦୀୟ ଏକ ସଚେତନତା ଶୋଭାଯାତ୍ରା ଗାଜଲବାଡ଼ି ଗ୍ରାମ ପରିକ୍ରମା କରିଥିଲା। ପ୍ରକଳ୍ପର କର୍ମକର୍ତ୍ତା ଅଂଶୁମାନ ଶତପଥୀ, କରୁଣାକର ବାରିକ,ସ୍ୱାହା ଦାସ,ଲଷ୍ମୀପ୍ରିୟା ବେହେରା,ଯଶୋବନ୍ତ ମହାପାତ୍ର, ସମୀରକାନ୍ତ ପାଢ଼ୀ, ସଂଗ୍ରାମ କେଶରୀ ସାହୁ,ସୁରେଶ ପ୍ରସାଦ ସରାଫ,ବିଶ୍ୱଜିତ ସାହୁ,ବନପାଳ,ବନରକ୍ଷୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ଲିପିକାର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here