ଅନ୍ଧବିଶ୍ୱାସର ଅନ୍ଧାରି ଗଳିରେ ବିଂଶ ସପ୍ତାଧିର ଆଧୁନିକ ସଭ୍ୟତା

0
336

ଆସିକା(ଜଗନ୍ନାଥ ସାହୁ) ଅନ୍ଧବିଶ୍ୱାସର କରୁଣ କାହାଣୀ ବଞ୍ଚିଥାଉ ଥାଉ ପୁଅର ଶୁଦ୍ଧି କର୍ମ କରିଦେଲେ ବାପା ମା।ହିନ୍ଦୁ ସମାଜର ପରମ୍ପରା ଓ ନୀତି ଅନୁସାରେ ସାଧାରଣତଃ ବ୍ୟକ୍ତିଟିର ମୃତ୍ୟୁ ପରେ ଶୁଦ୍ଧ କ୍ରିୟା କରାଯାଇଥାଏ।କିନ୍ତୁ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଆପଣ ଦେଖିଲେ ଆଶ୍ଚଯ୍ୟ ହୋଇଯିବେ।ବଞ୍ଚି ଥାଉ ଥାଉ ବ୍ୟକ୍ତିର ଶୁଦ୍ଧ କ୍ରିୟା କରିବା ସହ 11 ଦିନରେ ସାହି ଭାଇଙ୍କୁ ଭୋଜି ଭାତର ଖାଇବା କୁ ମଧ୍ୟ ଦିଆ ଯାଇଥିଲା।ଗଂଜାମ ଜିଲ୍ଲା ଗାୟଗଣ୍ଡା ପଞ୍ଚାୟତର ବାଘୁଆ ଗ୍ରାମରେ ରୁହନ୍ତି ରାମଚନ୍ଦ୍ର ନାୟକ। ପରିବାର କହିଲେ ସ୍ତ୍ରୀ ଓ ପାଞ୍ଚ ଟି ପୁଅଝିଅ।ବଡ ପୁଅ କାହ୍ନା ର ଜନ୍ମରୁ ଶରୀର ସାରା ଲୋମ ରହି ଥିଲା। ପ୍ରଶାସନ କାହ୍ନାର ଚିକିତ୍ସା ପାଇଁ ମେଡିକାଲ ପଠାଇଥିଲା।କାହ୍ନା ଅପରେସନ ହୋଇ ଆସିବା ପରେ ଦେହସାରା କୁଣ୍ଡେଇ ହୋଇ ବିଭିନ୍ନ ଜାଗା ରେ ଘା ହୋଇ ପୋକ ସୃଷ୍ଟି ହେଲା।କାଁହା ର ଦେହରୁ ପୋକ ବାହାରୁ ଥିବା ଦେଖି ଗାଁ ଲୋକେ କାଁହା ର ପରିବାର କୁ ବାସନ୍ଦ କରି ରଖିଲେ।କେହି କାହ୍ନା ଓ ତା ପରିବାର ସହିତ ମିଳାମିଶା କରିନଥିଲେ। 21 ଦିନ ସମ୍ପୂର୍ଣ ପରିବାରକୁ ବାସନ୍ଦ କରି ରଖିଥିଲେ।ଅର୍ଥ ଅଭାଵରୁ ବାପା କାହ୍ନା ର ଚିକିତ୍ସା କରିପାରିନଥିଲେ।ବହୁ କଷ୍ଟ ରେ ଧାର କରଜ କରି କାହ୍ନା କୁ ଆଣି ଭଞ୍ଜନଗର ମେଡିକାଲ ରେ ଭର୍ତି କରାଇଥିଲେ।ସେଠାରେ ସମ୍ପୂର୍ଣ ଭଲ ହୋଇ କାହ୍ନା ଗାଁ ରେ ପହଁଚିଲା।କିନ୍ତୁ ସାହି ଭାଇମାନେ କାହ୍ନା ବଞ୍ଚି ଥାଉଥାଉ ତାର ଶୁଦ୍ଧକ୍ରିୟା କଲେ ସମାଜରେ ମିସାଯିବ ବୋଲି କହିଥିଲେ।ତେଣୁ ବାପା ରାମ ଚନ୍ଦ୍ର ଅଭାବ ଅନଟନ ମଧ୍ୟରେ ପୁଣି 10 ହଜାର ଟଙ୍କା କରଜ କରି ବାଧ୍ୟ ହୋଇ କାହ୍ନାର ଶୁଦ୍ଧ କ୍ରିୟା କରିଥିଲେ।ତାପରେ ଗାଁ ଲୋକେ କାହ୍ନା ପରିବାର ଉପରୁ ବାସନ୍ଦ ଉଠାଇଥିଲେ।

ଏହିଭଳି ଅନ୍ଧବିଶ୍ୱାସର ଅନ୍ୟ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଧରାକୋଟ ବ୍ଲକ ଝାଡ଼ବନ୍ଧ ପଂଚାୟତର ଦିଗ ଗ୍ରାମରେ।ଗ୍ରାମର ଲୋକେ ଗୁଣି ସନ୍ଧେହ ରେ ଗ୍ରାମର ହରିହର ଜେନା ନାମକ ଜଣେ 60 ବର୍ଷର ଉଦ୍ଧ ବୟସର ବୃଦ୍ଧ ଓ ତାଙ୍କ ପରିବାରକୁ 2ଲକ୍ଷ ଟଙ୍କା ର ଅର୍ଥ ଦଣ୍ଡ ଦିଆ ଯାଇଥିଲା ହେଲେ ସେ ଏତେ ମୋଟା ଆଙ୍କର ଟଙ୍କା ନ ଦେଇପାରିବାରୁ ଦୀର୍ଘ ଦିନ ହେବ ତାଙ୍କୁ ଗ୍ରାମରୁ ବାସନ୍ଦ କରାଯାଇଛି।ଏପରିକି ତାଙ୍କ ପରିବାର ସହ ଗ୍ରାମର କେହି କଥା ହେଲେ ଏକ ହଜାର ଟଙ୍କାର ଅର୍ଥ ଦଣ୍ଡ ରଖା ଯାଇଛି।ଗ୍ରାମରେ ନିଆଁ ପାଣି ବନ୍ଦ କରିବା ସହ ଦୋକାନ ବାଡ଼ିରେ କୌଣସି ସୌଦା ମଧ୍ୟ କିଣିବାକୁ ଦିଆ ଯାଉ ନାହିଁ।ତେଣୁ କୌଣସି ସାମଗ୍ରୀ କିଣିବାକୁ ହେଲେ ଅନ୍ୟ ଗାଁକୁ ଯିବାକୁ ପଢୁଛି।ହରିହାରଙ୍କ ଭୁଲ ହେଲା ଗ୍ରାମରେ ଗୁଣିଆ ଧରିବା ପାଇଁ ଯେଉଁ ଖଟ ବିଦ୍ୟା କରା ଯାଇଥିଲା ସେହି ଖଟ ଆସି ତାଙ୍କୁ ଧରିଥିଲା।ଗ୍ରାମର ଏହି ବାସନ୍ଦ ବିଷୟରେ ହରିହର ଜିଲ୍ଲା ପାଳ,ସ୍ଥାନୀୟ ସରପଞ୍ଚ,ପୋଲିସ କୁ ଲିଖିତ ଭାବେ ଜଣାଇବା ପାରେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
ଏହି ଦୁଇଟି ଘଟଣା ପରେ ସ୍ୱଷ୍ଟ ବାରିହେଉଛି ଏହି ଆଧୁନିକ ସଭ୍ୟତା ରେ ମଧ୍ୟ ସଚେତନତା ର ଅଭାବ କାରଣରୁ ସମାଜକୁ ବହୁ କଳୁଷିତ ପରମ୍ପରା ଓ ନୀତି ବାନ୍ଧି ରଖିଛି।ତେଣୁ ସ୍ଥାନୀୟ ପ୍ରଶାସନ ଏହି ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହୁଛି।

LEAVE A REPLY

Please enter your comment!
Please enter your name here