କୋଡ଼ିଙ୍ଗା ସରପଞ୍ଚ ଙ୍କ ଦ୍ଵାରା ପିଇବା ପାଣି ଯୋଗାଣ

0
526

କୋଷାଗୁମୁଡା(ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ପଞ୍ଚାୟତ ସରପଞ୍ଚ ଡମାଇ ଭତରା କୋଡ଼ିଙ୍ଗା ଗ୍ରାମର ପତ୍ରଗୋଦାମସାହି ରେ ଟ୍ୟାଙ୍କର ଦ୍ୱାରା ପିଇବା ପାଣି ଯୋଗାଇଥିବା ଦେଖିବାକୁ ମିଳିଛି । ପତ୍ରଗୋଦାମସାହି ଅଞ୍ଚଳରେ ଗତ ଦୁଇ ଦିନ ଧରି ସେଠାରେ ଥିବା ନଳକୂପ ରୁ ଗୋଳିଆ ପାଣି ବାହାରିବାରୁ ଲୋକେ ପିଇବା ପାଣି ପିଇବାକୁ ବଞ୍ଚିତ ହୋଇଥିଲେ । ପିଇବା ପାଣି ର ଅସୁବିଧା ନେଇ ସ୍ଥାନୀୟ ଲୋକମାନେ କୋଡ଼ିଙ୍ଗା ସରପଞ୍ଚ ଡମାଇ ଭତରା ଙ୍କୁ ଗୁହାରି କରିଥିଲେ । ସରପଞ୍ଚ ଏହି ଘଟଣାକୁ ଗୁରୁତର ସହ ନେଇ ଆଜି ଏକ ପାଣି ଟ୍ୟାଙ୍କର ସାହାଯ୍ୟରେ ସରପଞ୍ଚଙ୍କ ଉପସ୍ଥିତରେ ପିଇବା ପାଣି ଯୋଗାଇ ଦିଆଯାଇଛି । ଆଉ ଉକ୍ତ ସାହିରେ ନୂତନ ନଳକୂପ ଖନନ ପାଇଁ ସରପଞ୍ଚ ଉଚ୍ଚଅଧିକାରୀଙ୍କ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି । କୋଡ଼ିଙ୍ଗା ସରପଞ୍ଚ ଙ୍କ ଏଭଳି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି ।

LEAVE A REPLY

Please enter your comment!
Please enter your name here