ଜବର ଦଖଲ ଉଚ୍ଛେଦ, ନିର୍ମାଣ ହେବ ମାର୍କେଟ କମ୍ପ୍ଲେକ୍ସ

0
286

ପୋଲସରା(ନ୍ୟୁଜଏକ୍ସଟ୍ରା) ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ମାର୍କେଟ କମ୍ପ୍ଳେକ୍ସ ନିର୍ମାଣ କରିବା ପାଇଁ ମାର୍ଚ୍ଚ ୧୮ ତାରିଖ ଦିନ ଜବର ଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ପୋଲସରା ଓଇରାଣି ପୋଖରୀକୁ ଲାଗିଥିବା ପୁରୁଣା ପରିବା ବଜାର ସ୍ଥାନରେ ୩.୯୬ କୋଟି ଟଙ୍କା ବ୍ୟୟରେ ମାର୍କେଟ କମ୍ପ୍ଳେକ୍ସ ନିର୍ମାଣ କରିବା ପାଇଁ ଟେଣ୍ଡର ପ୍ରକ୍ରିୟା ପ୍ରାୟ ଦେଢ ବର୍ଷ ହେବ ଶେଷ ହୋଇଥିଲେ ମଧ୍ୟ ସେହି ସ୍ଥାନରେ ଜବର ଦଖଲ କରି ରହିଥିବା ତିନିଟି ପରିବାର ନ ଉଠିବାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନଥିଲା। ଆଜି ପରିଷଦ ପକ୍ଷରୁ ଜବର ଦଖଲ ଉଛେଦର ପ୍ରାରମ୍ଭ ରେ ସାମାନ୍ୟ ଉତେଜନା ଦେଖା ଦେଇଥିଲେ ମଧ୍ୟ ସ୍ଥାନୀୟ ପୋଲିସର ହସ୍ତକ୍ଷେପ ଫଳରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ଉଚ୍ଛେଦ ସମୟରେ ତହସିଲଦାର ସୁକାନ୍ତ କୁମାର ମିଶ୍ର , ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଓ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here