ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

0
256

ବେଲଗୁଣ୍ଠା(ନ୍ୟୁଜଏକ୍ସଟ୍ରା) ଆଜି ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟରେ ଯୁ୍କ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡଃ.ଗୁରୁମୂର୍ତ୍ତୀ ନାୟକ,ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ, ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ, ଅଧ୍ୟାପକ ଅଶୋକ କୁମାର ପ୍ରଧାନ, ଅଧ୍ୟାପକ ଅଜୟ କୁମାର ବିଶ୍ୱାଳ, ଅଧ୍ୟାପକ ସପନ କୁମାର ପ୍ରଧାନ,ଅଧ୍ୟାପିକା ପିଙ୍କି ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ I ଏହି ଉତ୍ସବରେ ଯୁକ୍ତ ତିନି ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ I ମଞ୍ଚାସୀନ ଅଧ୍ୟକ୍ଷ ଏବଂ ଅଧ୍ୟାପକ ଅଧ୍ୟାପିକାଗଣ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ I

ରିପୋର୍ଟ :ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here