ବାବା ମଲ୍ଲିକେଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ, ଏସ.ଛଚିନା ବିଜୟୀ

0
321

ବେଗୁନିଆପଡା,(ନ୍ୟୁଜ ଏକ୍ସଟ୍ରା):ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଞ୍ଚଣା ପଞ୍ଚାୟତ ର ଭାଟପଡ଼ା ଠାରେ ଚଳିତ ମାସ 7 ତାରିଖ ରୁ ଆରମ୍ଭ ହୋଇଥିବା ବାବା ମଲ୍ଲିକେଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି |ଏହି ଉଦଯାପନୀ ତଥା ଫାଇନାଲ ମ୍ୟାଚ ରେ ସୁମଣ୍ଡଳ ଦଳ ସହିତ ଏସ.ଛଚିନା ଦଳ ମଧ୍ୟରେ କଡା ମୁକାବିଲା ହୋଇଥିଲା |ସୁମଣ୍ଡଳ ପ୍ରଥମେ ଟସ ଜିତି କ୍ଷେତ୍ର ରକ୍ଷଣ କରିବାକୁ ନିଷ୍ପତି ନେଇଥିଲା ବେଳେ ଏସ.ଛଚିନା ବ୍ୟାଟିଂ କରି ନିର୍ଧାରିତ ପନ୍ଦର ଓଭର ରେ ଆଠ ବ୍ୟିକେଟ ହରାଇ 188 ରନ ର ବିଶାଳ ସ୍କୋର କରିଥିଲା |ସୁମଣ୍ଡଳ ଦଳ ନିର୍ଧାରିତ ଓଭର ରେ ସମସ୍ତ ବ୍ୟିକେଟ ହରାଇ ମାତ୍ର 130ରନ କରିବାରେ ସକ୍ଷମ ହୋଇଥିଲେ |ଫଳରେ ଫାଇନାଲ ବିଜେତା ଏସ.ଛଚିନା ଦଳକୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରାଯାଇଥିଲା |ଏସ.ଛଚିନା ଦଳର ବାପି କୁମାର ସର୍ବାଧିକ 61ରନ କରି ମ୍ୟାନ ଅଫ ଦି ମ୍ୟାଚ ଓ ଟୁର୍ନାମେଣ୍ଟ ରେ ଭଲ ପ୍ରଦର୍ଶନ ପାଇଁ ମ୍ୟାନ ଅଫ ଦି ସିରିଜ଼ ଭାବେ ବିବେଚିତ ହୋଇଥିଲେ |ମଙ୍ଗଳବାର ଅନୁଷ୍ଠିତ ଏହି ଫାଇନାଲ ମ୍ୟାଚ ରେ ଅତିଥି ଭାବେ ଶ୍ରୀ ତ୍ରିନାଥ ସ୍ୱାଇଁ, ଜଟି ସାର ଉପସ୍ଥିତ ରହି ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ |ଏହି ଗୌରବ ପାଇଁ ଏସ.ଛଚିନା ଦଳର ଅଧିନାୟକ ହୃଷିକେଶ ନାୟକ ସମସ୍ତ ସାଥି ଖେଳାଳି ଙ୍କୁ ବଧେଇ ଜଣାଇବା ସହ ଖେଳ ମଧ୍ୟରେ ସମୟୋପଯୋଗୀ ଖେଳ ପାଇଁ ଖେଳାଳିଙ୍କୁ ଅଧିକ ରୁ ଅଧିକ ଧ୍ୟାନ ଦେବାପାଇଁ ପରାମର୍ଶ ଦେଇଥିଲେ |ଆଜିର ମ୍ୟାଚ ରେ ଆୟୋଜକ କମିଟି ର ସାଗର ସ୍ୱାଇଁ, ରବି ସ୍ୱାଇଁ, ଶୀତୁ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ |

ରିପୋର୍ଟ :ଦେବାଶିଷ ମହାରଣା

LEAVE A REPLY

Please enter your comment!
Please enter your name here