ଜଙ୍ଗଲ ନିଆଁ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ

0
310

ଭଞ୍ଜନଗର (ନିଉଜଏଟ୍ରା ) ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ବନାଞ୍ଚଳ ଅଧିନ ଶ୍ରୀରାମ ନଗର ବନ ସୁରକ୍ଷା ସମିତି ଆନୁକୂଲ୍ୟରେ ଜଙ୍ଗଲ ନିଆକୁ ନିୟନ୍ତ୍ରଣ ନିମନ୍ତେ ଏକ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଜାଗଡ଼ ବନାଞ୍ଚଳ ଅଧିନସ୍ଥ ବନ ସୁରକ୍ଷା ସମିତି ଗୁଡିକରେ ସଚେତନତା ବାର୍ତା ନିମନ୍ତେ ରଥକୁ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ ଓ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ଅଧ୍ୟକ୍ଷ ଡ଼.ସୁଭାଷ ବୋଷଙ୍କ ପ୍ରଧାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହା ପରେ ବନ ସୁରକ୍ଷା ସମିତି ସଭ୍ୟସଭ୍ୟା, କଲେଜ ଏନସିସି ଛାତ୍ର ଛାତ୍ରୀ,ବନ ବିଭାଗ କର୍ମଚାରୀ, ସ୍ୱାତୀ ଅନୁଷ୍ଠାନ ଏକ ସାଇକେଲ ରାଲି ଶୋଭାଯାତ୍ରାରେ ବାହାରି ଶ୍ରୀରାମ ନଗର,ଗଣ୍ଡିସୁଳା ଓ ବୁଦୁଲି ବନ ସୁରକ୍ଷା ସମିତି ପରିକ୍ରମା କରି ଜଙ୍ଗଲ ନିଆଁ ନିୟନ୍ତ୍ରଣ ରେ ସହଯୋଗ ଓ ସଚେତନତା ବାର୍ତା ପ୍ରଚାର କରିଥିଲେ। ପରେ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଅନ୍ୟ ଏକ କାଯ୍ୟକ୍ରମରେ ପରିବେଶ ସଚେତନତା ଓ ମନୁଷ୍ୟର ମୌଳିକ କର୍ତ୍ତବ୍ୟ ଉପରେ ଏକ ସଭା ଆୟୋଜନ କରାଯାଇଥିଲା। କଲେଜ ଅଧ୍ୟକ୍ଷ ଡ଼.ସୁଭାଷ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ୱରେ ଆୟୋଜିତ କାଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ ଶ୍ରୀ ଦଳେଇ ଓ ସଂମାନିତ ଅତିଥି ଭାବେ ଭଞ୍ଜନଗର ଆଂଚଳିକ ପରିବହନ ଅଧିକାରୀ ଶୁଭେନ୍ଧୁ ରଞ୍ଜନ ରାୟ ଯୋଗ ଦେଇ ସଡକ ସୁରକ୍ଷା ଓ ବନ ସୁରକ୍ଷା ଉପରେ ଅଧିକ ସଚେତନତା ଆଜିର ଯୁବପିଢ଼ି ମାଧ୍ୟମରେ ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ସଚେତନତା କାଯ୍ୟକ୍ରମକୁ ସମାଜସେବୀ ଶୂଳପାଣି ଶତପଥୀ ଆୟୋଜନ ଓ ପରିଚାଳନା କରିଥିବା ବେଳେ ବନ ବିଭାଗ କର୍ମଚାରୀ ଓ ସ୍ୱାତୀ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here