ସରକାରଙ୍କ ଟିକାକରଣ ଯୋଜନା; ଟିକାକରଣ କେନ୍ଦ୍ରକୁ ଲୋକଙ୍କୁ ସ୍ୱାଗତ କଲା ବିଜେପି

0
258

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା) କରୋନାକୁ ନିପାତ କରିବା ଲାଗି ଜାରି ରହିଛି ଟିକାକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶବାସୀଙ୍କୁ ସମ୍ପୁର୍ଣ୍ଣ ଭାବେ ଟିକା କରଣ କରିବା ଲାଗୀ ଉଦ୍ୟମ କରିଛନ୍ତି । ଯାହାକୁ ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଇଛି ବ୍ରହ୍ମପୁର ବିଜେପି । ଆଜି ବ୍ରହ୍ମପୁର ଆସ୍କାରୋଡ ସ୍ଥିତ ପୁରୁଣା ତାଲୁକା ନିକଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାଲିଥିବା ଟିକା କରଣ ସମୟରେ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କ ସମେତ ବରିଷ୍ଠ ନେତା କାହ୍ନୁ ପତି,ଭାବଗ୍ରାହୀ ପାଳ,ବିଜୟ ଗୋପାଳ ,କିରଣ କୁମାର ସାହୁ,ସନ୍ତୋଷ କୁମାର ମହାନ୍ତି ଉପସ୍ଥିତ ରହି ଟିକା ନେବା ପାଇଁ ଆସିଥିବା ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଟିକାକରଣ ବ୍ୟବସ୍ଥାକୁ ସଫଳ କରି କରୋନାକୁ ସମୂଳେ ନିପାତ କରିବା ଓ ସମସ୍ତ ଜନସାଧାରଣ ଯେଉଁଭଳି ସୁସ୍ଥମୟ ଜୀବନ ଯାପନ କରିପାରିବେ ସେଥିପ୍ରତି ସଜାଗ ରହିବାକୁ ସଚେତନ କରିଥିଲେ । ଦେଶରେ ଯେଉଁଭଳି କରୋନା ପୁଣି ପ୍ରତ୍ୟାବର୍ତନ ହୋଇ ଭୟ ସୃଷ୍ଟି କରିଛି ତାକୁ ଆଖି ଆଗରେ ରଖି ସମସ୍ତେ ଯେପରି ମୋଦିଙ୍କ ଟିକାକରଣ ଯୋଜନାରୁ ସୁଫଳ ପାଇପାରିବେ ସେନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟିକା କରଣ ପାଇଁ ଆସିଥିବା ଜନସାଧାରଣଙ୍କୁ ପ୍ରବଳ ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳ ଓ ଓଆରଏସ ବଂଟନ କରାଯାଇ ଟିକା ନେବା ସମୟରେ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ବିଜେପି କର୍ମକର୍ତା । ଏଥିରେ ମନରଞ୍ଜନ ମହାରଣା,ରବିନ କୁମାର ସାହୁ,ମଧୂ ସୂଦନ ସାହୁ,କମୋଳ ପାତ୍ର,ସୁରେଶ ସାହୁ,ରାକେଶ ସାବତ,ସୁଶାନ୍ତ ସାହୁ,ସନ୍ତୋଷୀ ସାହୁ,ଭାସ୍କର ସାହୁ,ବସନ୍ତ ସାହୁ,ପ୍ରଫୁଲ୍ଲ ସାହୁ, ଅରୁଣ ପଟ୍ଟନାୟକ, ଗୌରାଙ୍ଗ ପାଣିଗ୍ରାହୀ, ସାଗର ମୁଖି, ପବନା ନାୟକ,ବ୍ରହ୍ମାନନ୍ଦ ସାହୁ,ମନୋଜ ମହାରଣା,ବିବେକାନନ୍ଦ ପଣ୍ଡା,ଡି.ଜନାର୍ଦ୍ଧନ ରାଓ,କାଳିଆ ଜେନା, ତ୍ରିନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here