ଦୁଇ ଦିନ ହେଲା ବ୍ୟାଙ୍କ ସେବା ଠପ୍ , ଜନସାଧାରଣଙ୍କ ନୈତିକ ସମର୍ଥନ

0
289

ବୁଗୁଡା(ନ୍ୟୁଜଏକ୍ସଟ୍ରା) କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇ କରଣ ବିରୁଦ୍ଧରେ ସର୍ବଭାରତୀୟ ବ୍ୟାଙ୍କ ସଂଗଠନ ପକ୍ଷରୁ ଦୁଇଦିନିଆ ଧର୍ମଘଟ ଡାକରା ଯୋଗୁଁ ବୁଗୁଡ଼ାରେ ମାର୍ଚ୍ଚ ୧୫ ଓ ୧୬ ତାରିଖ ଦୁଇଦିନ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଥିବା ଦେଖାଦେଇଛି। ବୁଗୁଡା ସହରର ଭାରତୀୟ ଷ୍ଟେଟବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ଇଣ୍ଡିଆନ ଓଭେରସିଜ ବ୍ୟାଙ୍କ ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଏହି ଆନ୍ଦୋଳନରେ ଭାଗ ନେଇଥିବା ବେଳେ ବ୍ୟାଙ୍କ ଗେଟରେ ତାଲା ଝୁଲୁଥିବା ଦେଖାଦେଇଛି। ବ୍ୟାଙ୍କ ଧର୍ମଘଟ ଯୋଗୁଁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଥିବା ସ୍ୱତ୍ତେ କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇ କରଣ ବିରୁଦ୍ଧରେ ଆନ୍ଦୋଳନ ହେଉଥିବା ଜାଣିବା ପରେ ନୈତିକ ସମର୍ଥନ ଜଣାଇଛନ୍ତି। ଘରୋଇ ବ୍ୟାଙ୍କ ମାନଙ୍କ ଶୋଷଣ ଯୋଗୁଁ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରମତୀ ଇନ୍ଦିରା ଗାନ୍ଧୀ ଘରୋଇ ବ୍ୟାଙ୍କ ଗୁଡିକୁ ଜାତୀୟକରଣ କରିଥିଲେ। ବର୍ତ୍ତମାନ କାହା ସ୍ୱାର୍ଥରେ କେନ୍ଦ୍ର ସରକାର ଜାତୀୟକରଣ ବ୍ୟାଙ୍କ ଗୁଡିକୁ ଘରୋଇ କରଣ କରିବାକୁ ଯାଉଛନ୍ତି ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି। ଏଟି ଗୃପ, ସି ସୋର, ସାହାର ଇଣ୍ଡିଆ ସମେତ ବହୁ ଘରୋଇ ବ୍ୟାଙ୍କିଙ୍ଗ ଚିଟଫଣ୍ଡ ସଂସ୍ଥାର କଳେଙ୍କାରୀ କାର୍ଯ୍ୟ ଲୋକଙ୍କ ମନରୁ ପାଶୋରି ନଥିବା ବେଳେ କେନ୍ଦ୍ର ସରକାର ବ୍ୟାଙ୍କ ଘରୋଇ କରଣ କଟା ଘା’ ରେ ଚୁନ ଲଗାଇବା ସଦୃଶ୍ୟ ହୋଇଛି। ଚିଟଫଣ୍ଡରେ ଜମା ଟଙ୍କା ଏପର୍ଯ୍ୟନ୍ତ ଲୋକେ ଫେରି ପାଇନଥିବା ବେଳ ଘରୋଇ ବ୍ୟାଙ୍କ ଦେବାଳିଆ ହେଲେ ଜନସାଧାରଣ ନିଜର ଜମା ଟଙ୍କା ଫେରି ପାଇବେତ ! ଏହି ସବୁ ଦୃଷ୍ଟିରୁ ଜାତୀୟକରଣ ବ୍ୟାଙ୍କ ଗୁଡିକୁ କେନ୍ଦ୍ର ସରକାର ଘରୋଇ କରଣକ ନୀତିକୁ ଲୋକମାନେ ବିରୋଧ କରିବା ସହ ବ୍ୟାଙ୍କ ଧର୍ମଘଟକୁ ନୈତିକ ସମର୍ଥନ ଜଣାଇଛନ୍ତି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here