ଅବକାରୀ ଧରପଗଡ଼ ; ସାତ ଗିରଫ

0
429

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ସୋମବାର ଅବକାରୀ ବିଭାଗ ତରଫରୁ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ସ୍ଥାନରେ ବ୍ୟାପକ ଅବକାରୀ ଧରପକଡ କରାଯାଇଛି । ଏହି ଧରପକଡରେ ଅବକାରୀ ବିଭାଗକୁ ବଡ ଧରଣର ସଫଳତା ମିଳିଛି । ଏଥିରେ ସମ୍ପୃକ୍ତ ଥିବା ସାତ ଜଣ ଆସାମୀକୁ ଅବକାରୀ ବିଭାଗ ଗିରଫ କରିଛି | ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଏବଂ ଗଞ୍ଜାମ ଅବକାରୀ ଅଧିକ୍ଷକ ଶ୍ରୀ ରାଜେନ୍ଦ୍ର କୁମାର ଭତ୍ରା ଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଅବକାରୀ ଉପ-ଅଧିକ୍ଷକ ଶ୍ରୀ ଅଭିରାମ ବେହେରାଙ୍କ ପ୍ରତ୍ୟେକ ତତ୍ତ୍ୱlବଧାନରେ ଭଞ୍ଜନଗର ଅବକାରୀ ଥାନା ଅନ୍ତର୍ଗତ ଗଣ୍ଡାଧାର ଲଣ୍ଡେଇହିଲ,ରାମପୁର, ହରିପୁର, ବାଦୁଆ, ପ୍ରଭୁତି ଗ୍ରାମରେ ବ୍ୟାପକ ଚଢାଉ କରାଯାଇଛି । ଚୋରା ମଦ ପ୍ରସ୍ତୁତି ଓ଼ ବିକ୍ରି ଅଭିଯୋଗରେ ୧୦ ଗୋଟି ଅବକାରୀ ମାମଲା ରୁଜୁ କରାଯାଇଥିବା ବେଳେ 7 ଜଣ ଆସାମୀ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି | ଚଢାଉରେ 1940 ଲିଟର ଚୋରା ହାତ ରନ୍ଧା ଦେଶୀ ମଦ ଏବଂ 7750 ଲିଟର ଗୁଡ଼ ମିଶ୍ରିତ ପୋଚକୁ ନଷ୍ଟ କରାଯାଇଛି। ଏଥି ପ୍ରସ୍ତୁତିରେ ବ୍ୟବହୃତ ବ୍ୟାପକ ସରଞ୍ଜାମ ଜବତ କରାଯାଇଛି । ଏହି ଚଢାଉରେ ଜିଲ୍ଲା ଭ୍ରାମ୍ୟମାଣ ନିରୀକ୍ଷୀକା ଶ୍ରୀମତି ପ୍ରତିଧାରା ନାୟକ, ଭଞ୍ଜନଗର ଅବକାରୀ ଉପ-ନିରୀକ୍ଷକ ପାର୍ଥ ସାରଥୀ ରାଉତ, ଅବକାରୀ ସହଉପନିରୀକ୍ଷିକା ଶ୍ରୀମତି ମମତା କୁମାରୀ ଦାସ,ଉପନିରୀକ୍ଷକ ଭ୍ରାମ୍ୟମାଣ ଦୁର୍ଯ୍ୟୋଧନ ଦିଗାଲ ସମେତ ଜିଲ୍ଲାର ଅନ୍ୟାନ୍ୟ ଅବକାରୀ କର୍ମଚାରୀ ସାମିଲ ଥିଲେ । ଆଗାମୀ ଦିନରେ ମଧ୍ୟ ଏହି ବେଆଇନ ଏମିତି ଚୋର କାରବାରରେ ସମ୍ପୁକ୍ତ ଥିବା ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଚଢାଉ କୁ ବ୍ୟାପକ କରାଯିବ ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ମିଳିଛି ।

ରିପୋର୍ଟ :ନିଲୁ ବିଶୋଇ

LEAVE A REPLY

Please enter your comment!
Please enter your name here