ଜଙ୍ଗଲରୁ ମୃତ ଦେହ ଉଦ୍ଧାର ; ହାତୀ ଆକ୍ରମଣରେ ମୃତ୍ୟୁ ସନ୍ଦେହ

0
638

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜ ଆମ୍ବଝରା ଜଙ୍ଗଲରେ ହାତୀ ଆକ୍ରମଣ ରେ ଜଣଙ୍କ ମୃତ୍ୟୁ ଘଟିଛି।ମୃତକ ଜଣକ ହେଲେ କଳିଙ୍ଗପଦର ଗ୍ରାମର ଶ୍ୟାମଘନ ଯାନୀ। ସେ ଗତକାଲି ସକାଳୁ ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ।ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଆଜି ଆମ୍ବଝରା ଜଙ୍ଗଲରେ ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ।ଘଟଣା ସ୍ଥଳରେ ହାତୀର ପାଦଚିହ୍ନ ଥିବାରୁ ହାତୀ ଆକ୍ରମଣ ରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।ସ୍ଥାନୀୟ ଲୋକେ ବନବିଭାଗ କୁ ଖବର ଦେବା ପରେ ବନ ବିଭାଗ କର୍ମଚାରି ଓ ତାରାସିଂ ପୋଲିସ ପହଂଚି ମୃତଦେହ କୁ ଜବତ କରି ଶବ ବ୍ୟବଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛି।ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ମିଳିଛି।

ରିପୋର୍ଟ – ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here