ପ୍ରାଧିକରଣ ଆନୁକୂଲ୍ୟରେ ଓଡିଶା ଲୋକାୟୁକ୍ତ ଅଧିନିୟମ ଉପରେ ଆଇନ ସଚେତନତା ଶିବିର

0
701

ବ୍ରହ୍ମପୁର ୧୭/୦୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ଲୋକାୟୁକ୍ତ ବ୍ୟବସ୍ଥାକୁ ଶକ୍ତିଶାଳି କରିବା ପାଇଁ ଏକ ସଚେତନତା ଶିବିର ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁରର ସଂସ୍କୃତି ଭବନରେ ଆୟୋଜିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବିଶେଷ କରି ଦୁର୍ନୀତିକୁ ରୋକିବା ପାଇଁ ଏହାର କ’ଣ ଭୂମିକା ରହିଛି, ସାଧାରଣ ଲୋକ କୌଣସି ସରକାରୀ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ସମ୍ପର୍କିତ ଅଭିଯୋଗ କିପରି କରିପାରିବେ, ସେ ସମ୍ପର୍କରେ ବିସ୍ତୃତ ବିବରଣୀ ଦିଆଯାଇଥିଲା।ଏ ନେଇ କେତେ ମାମଲା ଆସୁଛି ,ଏହାର ସଂଖ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାର ବେଞ୍ଚ ମାଧ୍ୟମରେ ବିଚାର କରାଯିବ ବୋଲି ଅଧ୍ୟକ୍ଷ ଓ ସଦସ୍ୟମାନେ କହିଥିଲେ ।ଓଡିଶାରୁ ଦୁର୍ନୀତିକୁ ଦୂର କରିବା ପାଇଁ ସରକାର ଏହି ଲୋକାୟୁକ୍ତ ଗଠନ କରିବା ସହ ଅନେକ ନୂତନ ପଦକ୍ଷେପ ନେଉଛନ୍ତି । ଆଗକୁ ଏହା ପୋଷ୍ଟାଲ କରାଯିବାର ବ୍ୟବସ୍ଥା ରହିଛି ଅର୍ଥାତ ଜଣେ ସାଧାରଣ ବ୍ୟକ୍ତି ଏକ ପତ୍ର ମାଧ୍ୟମ ରେ ମାନ୍ୟବର ଲୋକାୟୁକ୍ତଙ୍କୁ ନିଜର ଅଭିଯୋଗ ଜଣାଇପାରିବେ ଓ ଏହି ଅଭିଯୋଗ ଗୃହିତ ହୋଇ ବିହିତ କାର୍ଯ୍ୟ ଅନୁଷ୍ଠାନ ନିଆଯିବ।

ଏହି ଶିବିରରେ ଲୋକାୟୁକ୍ତର ଅଧ୍ୟକ୍ଷ ଶ୍ରୀ ଅଜିତ ସିଂ, ସଦସ୍ୟ ଜଷ୍ଟିସ୍ ଶ୍ରୀ ବି.କେ ନାୟକ, ସଦସ୍ୟ ଡ. ଶ୍ରୀ ରାଜେନ୍ଦ୍ର ପ୍ରସାଦ ଶର୍ମା, ଜିଲ୍ଲା ଦୌରାଜଜ୍ ବିଭୁ ପ୍ରସାଦ ରାଉତ, ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ , ବ୍ରହ୍ମପୁର ଏସପି ଶ୍ରୀ ପିନାକ ମିଶ୍ର ,ଲୋକାୟୁକ୍ତ ସଚିବ ମାନସ ତ୍ରିପାଠୀ ସମେତ ଗଂଜାମ ଓକିଲ ସଂଘର ବହୁ ସଦସ୍ୟ ,ସମାଜସେବୀ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗଦାନ କରିଥିଲେ । ପରିଶେଷରେ ପ୍ରାଧିକରଣ ସଚିବ ଶ୍ରୀ ବିଜୟ କୁମାର ଦାସ ଧନ୍ୟଵାଦ ଜ୍ଞାପନ କରି କାର୍ଯ୍ୟକ୍ରମ ପରିସମାପ୍ତି କରିଥିଲେ।

LEAVE A REPLY

Please enter your comment!
Please enter your name here