ବନବିଭାଗ ପକ୍ଷରୁ ପୋଲିସ ଭ୍ୟାନ ରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

0
297

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଡିଏଫଓ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଫାଟକରେ ବନବିଭାଗ ପକ୍ଷରୁ ସମସ୍ତ ଜାନବାହାନ ତନଖିବା ସମୟରେ ଗଜପତି ଜିଲ୍ଲାର ଏକ ପୋଲିସ ଭ୍ୟାନ୍‌ରୁ ଲକ୍ଷାଧିକ ଟଙ୍କାର ଶାଗୁଆନ ସାଇଜ ହୋଇଥିବା କାଠ,ଓ ପଟାକୁ ବନ ବିଭାଗ ପକ୍ଷରୁ ଜବତ କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଥିବା ଜଣେ ପୋଲିସ ଏ ଏସ ଆଇ ଙ୍କ ସହିତ ୪ଜଣଙ୍କୁ ଅଟକ ରଖିଛନ୍ତି ଏହି ଘଟଣାରୁ ପ୍ରକାଶ ଯେ ପାରଳାଖେମୁଣ୍ଡି ଠାରେ ଥିବା ପୋଲିସ ବ୍ୟାରେକରୁ ୩ୟ ବାଟାଲିଆନର ଏକ ଭ୍ୟାନ ଆଜି ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ ଗୌରୀ ପ୍ରସାଦ ରଥଙ୍କ ତତ୍ବାବଧାନରେ ବିଭାଗୀୟ ପକ୍ଷରୁ ଜିଲ୍ଲା ର ସମସ୍ତ ଗଳାବାଟ ସମେତ ଫାଟକରେ ଜିଲ୍ଲା ର ସମସ୍ତ ପ୍ରକାର ର ଯାନବାହାନ ବନ ବିଭାଗ ତରଫରୁ ଯାଞ୍ଚ କରାଯାଉଛି । ଏହି ଯାଞ୍ଚ ସମୟରେ ପାରଳାଖେମୁଣ୍ଡି ଡିଏଫଓ ଅଫିସ ସମ୍ମୁଖରେ ଥିବା ବନ ବିଭାଗର ଫାଟକ ଦେଇ ଯାଉଥିବା ବେଳେ ଓଡି୦୫ ଏକେ ୫୭୩୩ ନମ୍ବର ବିଶିଷ୍ଟ ପୁଲିସ ଭ୍ୟନ୍‌ଟିକୁ ଯାଞ୍ଚ କରାଯାଇଥିଲା । ଏଥିରୁ ୭୬ଗୋଟି ପଟା ଏବଂ ୨୪ଗୋଟି ଶାଗୁଆନ ସାଇଜ୍ କାଠ ବାହାରି ଥିଲା । ଏହି କାଠକୁ ବନବିଭାଗ ଜବତ କରିବା ସହ ପୋଲିସ ଭ୍ୟାନ ଦ୍ୱାରା ବିନା ପରମିଟରେ ଚାଲାଣ କରୁଥିବା ଜଣେ ପୋଲିସ ଏସଆଇ,ଜଣେ ପୋଲିସ ସିପାହୀ,ଡ୍ରାଇଭର ଓ ସହକାରୀ ଡ୍ରାଇଭରକୁ ବନବିଭାଗ ଅଟକ ରଖି ତଦନ୍ତ ଜାରି ରଖିଥିବା ସୁଚନା ମିଳିଛି । ଜବତ ହୋଇଥିବା କାଠର ଆନୁମାନିକ ମୁଲ୍ୟ ଲକ୍ଷାଧଟକ ଟଙ୍କା ହେବ ବୋଲି ବିଭାଗୀୟ ସୁତ୍ରରୁ ସୂଚନା ମିଳିଛି।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here