ମୁଖ୍ୟ ସଂଚାଳିକା ଦାଦି ଗୁଲୁଜର ଙ୍କ ମହାପ୍ରୟାଣ ରେ ନିରବ ପ୍ରାର୍ଥନା

0
268

ପୋଲସରା(ନ୍ୟୁଜ ଏକ୍ସଟ୍ରା) ପୋଲସରା ଏନ୍.ଏ.ସି. ଅନ୍ତର୍ଗତ କାଳୀମନ୍ଦିର ସାହି ନିକଟରେ ଥିବା ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟର ଶାନ୍ତି ଭବନରେ ବିଶ୍ୱ ମୁଖ୍ୟ ସଂଚାଳିକା ଦାଦି ଗୁଲଜରଙ୍କ ଆତ୍ମାର ସଦଗତି ନିମନ୍ତେ ମାର୍ଚ୍ଚ ୧୧ ତାରିଖ ଦିନ ନୀରବ ପ୍ରାର୍ଥନା ଅନୁଷ୍ଠିତ । ରାଜସ୍ଥାନ ମାଉଣ୍ଟ ଆବୁ ରେ ଥିବା ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ବିଶ୍ୱ ମୁଖ୍ୟ ଗୁଲଜର ଦାଦିଙ୍କ ଗୁରୁବାର ସକାଳ ୮ ଘଣ୍ଟା ୩୦ ମିନିଟ୍ ସମୟରେ ମହାପ୍ରୟାଣ ଘଟିଥିଲା। ତେଣୁ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପୋଲସରା ଓଁ ଶାନ୍ତି ଭବନରେ ସମସ୍ତ ବ୍ରହ୍ମକୁମାରୀ ଭଉଣୀ ମାନଙ୍କ ଗହଣରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ସ୍ୱର୍ଗତ ଦାଦି ଗୁଲଜରଙ୍କ ଉଦ୍ଦେଶ୍ୟରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମକୁମାରୀ ରୀତା ଭଉଣୀ , ବ୍ରହ୍ମକୁମାରୀ ଦୀପ୍ତି ଭଉଣୀ, ବଳରାମ ଭାଇ , ସାଂସଦ ପ୍ରତିନିଧି ମୋତିରାମ ସାହୁ , ଜିଲ୍ଲା ସଂପାଦକ ଗୋପାଳ କୃଷ୍ଣ ସାହୁ , ନଗର ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବେହେରା ସମେତ ପୋଲସରା ଅଞ୍ଚଳର ବହୁ ସଂଖ୍ୟକ ଗୁରୁ ଭଉଣୀ ଓ ଗୁରୁ ଭାଇ ଉପସ୍ଥିତ ଥିଲେ

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here