ଶୁକ୍ରବାର ରୁ ୩ ଟି କେନ୍ଦ୍ରରେ ଦିଆଯିବ ଟୀକା

0
254

ବୁଗୁଡା(ଅନିଲ କୁମାର ମହାରଣା ) ତୃତୀୟ ପର୍ଯ୍ୟାୟରେ ବରିଷ୍ଠ ନାଗରିକ ଓ ବିଶେଷ କାରଣରୁ ୪୫-୫୯ ବର୍ଷ ବ୍ୟକ୍ତିଙ୍କୁ କୋଭିଡ ଟୀକା ପ୍ରଦାନ ବୁଗୁଡ଼ାରେ ଆରମ୍ଭ ହୋଇଥିଲେ ମଧ୍ୟ ଟୀକା ଗଚ୍ଛିତ ନଥିବା ଯୋଗୁଁ ଦ୍ଵିତୀୟ ସପ୍ତାହରେ ଟୀକା ଦିଆ ହୋଇ ପାରିନଥିଲା। ବୁଗୁଡା ବ୍ଲକର କେବଳ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟୀକା ଦିଆଯାଉଥିବା ବେଳେ ମାର୍ଚ୍ଚ ୧୨ ତାରିଖ ଶୁକ୍ରବାର ଠାରୁ ଏହି ଟୀକା ୩ ଟି କେନ୍ଦ୍ରରେ ଉପଲବ୍ଧି ହେବ। ସେହି ତିନୋଟି କେନ୍ଦ୍ର ହେଲା ୧-ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୨-ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୩-ବାଲିପଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର। ୬୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଓ ସ୍ୱାସ୍ଥ୍ୟଗତ ପ୍ରମାଣ ପତ୍ର ସହ ୪୫-୫୯ ବର୍ଷ ନାଗରିକ ବୃନ୍ଦ ନିଜର ସୁବିଧା ଅନୁସାରେ ଯେକୌଣସି କେନ୍ଦ୍ରରେ ପ୍ରଥମ ଟୀକା ନେଇପାରିବେ। ସେହିପରି ପୂର୍ବରୁ ଯେଉଁ କରୋନା ଯୋଦ୍ଧାମାନେ ଟୀକା ଗ୍ରହଣ କରିଛନ୍ତି ସେମାନଙ୍କ ପ୍ରଥମ ଟୀକା ଦେବାର ୨୮ ଦିନ ପୂର୍ଣ୍ଣ ହୋଇଥିଲେ ଯେକୌଣସି କେନ୍ଦ୍ରରେ ଦ୍ଵିତୀୟ ଟୀକା ନେଇ ପାରିବେ। ସରକାରୀ ଛୁଟି ଏବଂ ଶନିବାର ଓ ରବିବାର ଦିନ ଟୀକା ଦିଆଯିବ ନାହିଁ। ନିଜର ଆଧାର କାର୍ଡ ବା ଅନ୍ୟ ପ୍ରମାଣ ପତ୍ର ସହ ଟୀକା ଦାନ କେନ୍ଦ୍ରକୁ ଯାଇ ସକାଳ ୧୦ ଘଣ୍ଟା ରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଟୀକା ନେଇ ପାରିବେ ବୋଲି ମେଡ଼ିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ଓ ବିପିଏମ ବିଶ୍ୱଜିତ ପ୍ରଧାନ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here