ଶୁକ୍ରବାର ଠାରୁ ପୁଣି ବରିଷ୍ଠ ନାଗରିକଙ୍କୁ ଟୀକା

0
262

ବୁଗୁଡା(ଅନିଲ କୁମାର ମହାରଣା ) କୋଭିଡ଼ି ଟୀକା ଗଚ୍ଛିତ ନଥିବା ଯୋଗୁଁ ତୃତୀୟ ପର୍ଯ୍ୟାୟର ଦ୍ୱିତୀୟ ସପ୍ତାହରେ ବରିଷ୍ଠ ନାଗରିକ ଓ ଆବଶ୍ୟକୀୟ ୪୫-୫୯ ବର୍ଷ ବ୍ୟକ୍ତିଙ୍କୁ ଟୀକା ଦେବା ବନ୍ଦ ଥିଲା। ବୁଧବାର ରାତ୍ରି କିମ୍ବା ଗୁରୁବାର ସକାଳେ ଟୀକା ବୁଗୁଡ଼ାରେ ନିଶ୍ଚିତ ଭାବେ ପହଞ୍ଚିବ। ଦ୍ଵିତୀୟ ସପ୍ତାହର ଶୁକ୍ରବାର ଠାରୁ ଟିକା ଦେବା ଆରମ୍ଭ କରାଯିବ। ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର ଟୀକା ଦିଆଯିବ ନାହିଁ। ସୋମବାର ରୁ ଶୁକ୍ରବାର ଏହି ପାଞ୍ଚ ଦିନ ମଧ୍ୟରେ ଯଦି ସରକାରୀ ଛୁଟି ପଡେ ତେବେ ସେହିଦିନ ମଧ୍ୟ ଟୀକା ଦିଆଯିବ ନାହିଁ। ଜନସାଧାରଣ ଅଞ୍ଚଳର ଆଶା କର୍ମୀଙ୍କ ସହ ପରାମର୍ଶ କରି ବୁଗୁଡାକୁ ଟୀକା ଦେବାକୁ ଆସିବା ଉଚିତ ହେବ। ଏହି ଟିକାଦାନ କାର୍ଯ୍ୟ ଧାରାବାହିକ ଭାବେ ଚାଲୁ ରହିବ ବୋଲି ବିପିଏମ ବିଶ୍ଵଜିତ ପ୍ରଧାନ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here