ଜୋନାଲ ସ୍ତରୀୟ ଆନ୍ତଃ ବ୍ଳକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

0
282

ଦିଗପହଣ୍ଡି – ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଦିନ ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ହାଇସ୍କୁଲ ଖେଳପଡିଆ ଠାରେ ଦୁଇଦିନିଆ ଜୋନାଲ ସ୍ତରୀୟ ଆନ୍ତଃ ବ୍ଳକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଆୟୋଜିତ କ୍ରୀଡା ପ୍ରତିଯୋଗିତାର ଉଦଘାଟନୀ ଦିବସରେ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସେହିପରି ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ , ରସାନନ୍ଦ ଘଡେଇ , ବିଶ୍ରବା ପାଇକ , ଏସ୍. ଟିକରପଡା ହାଇସ୍କୁଲ ପ୍ରଧାନଶିକ୍ଷକ ବିଜୟ ଚନ୍ଦ୍ର ମହାରଣା , ଫାସିଗୁଡା ହାଇସ୍କୁଲ ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଅଂଶଗ୍ରହଣ କରିଥିବା କ୍ରୀଡା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ପ୍ରଥମ ଦିବସରେ ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଳକର ୧୪୭ ଜଣ ଛାତ୍ରଛାତ୍ରୀ ଦୌଡ଼ , ଲମ୍ଫ ଡିଆଁ , ହାଇ ଜମ୍ପ ଭଳି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା ଚଳାଇଥିଲେ । ଏହି କ୍ରୀଡା ଉତ୍ସବ ଶନିବାର ଅପରାହ୍ନରେ ଶେଷ ହେବାକୁ ରହିଥିବା ବେଳେ ଶ୍ରେଷ୍ଠ ତଥା କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନରେ ଜିଲ୍ଲା ସ୍ତରରେ ହେବାକୁ ଥିବା କ୍ରୀଡା ମହୋତ୍ସବରେ ଅଂଶଗ୍ରହଣ କରିବା ପାଇଁ ଚୟନ କରାଯିବ ବୋଲି ଜଣାପଡିଛି ।ବିଦ୍ୟାଳୟ ପ୍ରଧାନଶିକ୍ଷକ ମନୋଜ କୁମାର ନାୟକ ସଂଯୋଜନା କରିଥିବା ବେଳେ ସିଆରସିସି ବାବୁଲାଲ ନାୟକ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ଶଙ୍କର ସେଠୀ , ସରୋଜ କାନ୍ତ ସାହୁ , ସରୋଜ ନାୟକ ସମେତ କ୍ରୀଡା ଶିକ୍ଷକ ଏମ୍ . ଗୌରାଙ୍ଗ , ମିଲନ କୁମାର ବେହେରା ଏବଂ ବିଦ୍ଯାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here