ରାସନ କାର୍ଡକୁ କେନ୍ଦ୍ର କରି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ପରେ ପୁଣି ବିଜେପି ନେତାଙ୍କ ନେତୃତ୍ୱରେ ଧରାକୋଟ ବି. ଡି. ଓ ଙ୍କ ଦ୍ୱାରସ୍ତ ହେଲେ ପୁଟୁ ଗ୍ରାମବାସୀ

0
255

ଧରାକୋଟ(କାଳୁ ଚରଣ ମହାପାତ୍ର) ଯୋଗ୍ୟ ହିତାଧିକାରୀ ଙ୍କୁ ତୁରନ୍ତ ରାସନ କାର୍ଡ ପ୍ରଦାନ କୁ ନେଇ ଭାରତୀୟ ଜନତା ପାର୍ଟି ର ରାଜ୍ୟ କୃଷକ ମୋର୍ଚା ସମ୍ପାଦକ ପ୍ରଦୀପ କୁମାର ପତ୍ରୀ ଧରାକୋଟ ବି. ଡି. ଓ ଙ୍କ ପାଖରେ ଅଭିଯୋଗ ଆଣିଛନ୍ତି l ଧରାକୋଟ ବ୍ଲକ ଅନ୍ତର୍ଗତ ଜଗମୋହନ ପଞ୍ଚlୟତ ର ପୁଟୁ ଗ୍ରାମ ର ବହୁ ହିତାଧିକାରୀ ଙ୍କ ରାସନ କାର୍ଡ ପାଇବାକୁ ଯୋଗ୍ୟତା ଥିଲେ ମଧ୍ୟ୍ୟ ଆକ୍ରୋଶ ମୂଳକ ଭାବେ ସେମାନଙ୍କ ନାମ ରାସନ କାର୍ଡ ତାଲିକା ଥିଲେ ମଧ୍ୟ୍ୟ ସେମାନଙ୍କ ରାସନ କାର୍ଡ ପ୍ରଦାନ କରାଯାଇ ନଥିବା ଓ ଜାଣି ଶୁଣି ତାଲିକା ରୁ ବାଦ ଦିଆଯାଇ ଥିବା ରୁ ବହୁ ହିତାଧିକାରୀ ଙ୍କୁ ନେଇ ଧରାକୋଟ ବି. ଡି. ଓ ଙ୍କ ପାଖରେ ବାରମ୍ବାର ଅଭିଯୋଗ କରିବା ସହ ଜିଲ୍ଲା ପାଳ ଙ୍କ ପାଖରେ ଅଭିଯୋଗ କରିଛନ୍ତି l ଏ ନେଇ ତଦନ୍ତ କରି ଯୋଗ୍ୟ ହିତାଧିକାରୀ ଙ୍କୁ ରାସନ କାର୍ଡ ପ୍ରଦାନ କରାଯିବ ବୋଲି ଜିଲ୍ଲା ପାଳ ମଧ୍ୟ୍ୟ କହିଥିଲେ l କିନ୍ତୁ ବହୁ ଦିନ ବିତି ଯାଇ ଥିଲେ ମଧ୍ୟ୍ୟ ଗରିବ ଶ୍ରେଣୀ ର ଲୋକ ମାନଂକୁ ଏ ପର୍ଯ୍ୟନ୍ତ ରାସନ କାର୍ଡ ପ୍ରଦାନ କରାଯାଇ ନାହିଁ l ବି. ଜେ. ପି. ନେତା ଙ୍କ ସହ ଧରାକୋଟ ବି. ଡି. ଓ ଶ୍ରୀ ସୁନୀଲ କୁମାର ପଟନାୟକ ଙ୍କ ପାଖରେ ଅଭିଯୋଗ ଆଣିବା ପରେ ବି. ଡି. ଓ ଙ୍କ କହିବା ଅନୁସାରେ ଟାର୍ଗେଟ ଆସିଲେ କାର୍ଡ ପ୍ରଦାନ କରାଯିବ ମୋ ହାତରେ କିଛି ନାହିଁ ବୋଲି କହିଥିଲେ l ସରକାର ତୁରନ୍ତ ପଦକ୍ଷେପ ନ ନେଲେ ବ୍ଲକ ଅଫିସ ସାମ୍ନା ରେ ଶତାଧିକ ହିତାଧିକାରୀ ଙ୍କ ସହ ବି.ଜେ.ପି ନେତା ଆମରଣ ହର ପ୍ରସାଦ ମହାନ୍ତି, ସୁଭାଷ ସ୍ୱାଇଁ, ପ୍ରଦୀପ କୁମାର ମୁନି, ସଞ୍ଜୁ ବେହେରା, ସାଗରୀ ସେଠୀ, ସଂଯୁକ୍ତା ମୁନି, ଚନ୍ଦନ ବେହେରା, ସୁଜନ ମୁନି, ଟୁନି ସେଠୀ, ପ୍ରମୁଖ ବହୁ ହିତାଧିକାରୀ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here