ତୃତୀୟ ପର୍ଯ୍ୟାୟର ପ୍ରଥମ ଟୀକା ୫୨୩ ଜଣ ଓ ଦ୍ଵିତୀୟ ଟୀକା ୧୭୬ ଜଣ

0
263

ବୁଗୁଡା(ଅନିଲ କୁମାର ମହାରଣା ) ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମାର୍ଚ୍ଚ ୯ ତାରିଖ ସୁଦ୍ଧା ୫୨୩ ଜଣ ତୃତୀୟ ପର୍ଯ୍ୟାୟର ପ୍ରଥମ ଟୀକା ନେଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟର ଦ୍ଵିତୀୟ ଟୀକା ୧୭୬ ଜଣଙ୍କୁ ଦିଆଯାଇଛି। ବର୍ତ୍ତମାନ ଟୀକା ଆସିନଥିବା ଯୋଗୁ ତୃତୀୟ ପର୍ଯ୍ୟାୟରେ ବରିଷ୍ଠ ନାଗରିକ ମାନଙ୍କୁ ଟୀକା ପ୍ରଦାନ ବନ୍ଦ କରାଯାଇଛି। ଏହାର କାରଣ ନେଇ ମେଡ଼ିକାଲ ଅଧିକାରୀ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ଓ ବିପିଏମ ବିଶ୍ଵଜିତ ପ୍ରଧାନ ପ୍ରକାଶ କରିଛନ୍ତିଯେ ଦ୍ଵିତୀୟ ପର୍ଯ୍ୟାୟରେ ୫୫୦ ଜଣ ପ୍ରଥମ ଟୀକା ନେଇଛନ୍ତି। ୨୮ ଦିନ ପରେ ସେମାନଙ୍କୁ ଦ୍ଵିତୀୟ ଟୀକା ଦିଆଯିବ। ବର୍ତ୍ତମାନ ସୁଦ୍ଧା ୧୭୬ ଜଣ ଦ୍ଵିତୀୟ ଟୀକା ନେଇଥିବା ବେଳେ ଆହୁରି ୩୭୪ ଜଣ ଦ୍ଵିତୀୟ ଟୀକା ନେବାକୁ ବାକି ଅଛି। ବୁଗୁଡ଼ାରେ ଯେଉଁ ପରିମାଣ ଟୀକା ଗଚ୍ଛିତ ଅଛି ଦ୍ଵିତୀୟ ଟୀକା ନେବା ପାଇଁ ହେଉଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ଟୀକା ଦାନ ବନ୍ଦ କରାଯାଇଛି। ପୁଣି ଟୀକା ଆସିଲେ ବରିଷ୍ଠ ନାଗରିକ ଓ ୪୫-୫୯ ବର୍ଷ ଆବଶ୍ୟକ ବ୍ୟକ୍ତିଙ୍କୁ ନିଶ୍ଚିତ ଭାବେ ଟୀକା ଦିଆଯିବ। ବରିଷ୍ଠ ନାଗରିକ ବୃନ୍ଦ କୌଣସି ଗୁଜବକୁ ଗ୍ରହଣ ନକରିବାକୁ ଅନୁରୋଧ କରିଛନ୍ତି। ତୃତୀୟ ପର୍ଯ୍ୟାୟର ପ୍ରଥମ ସପ୍ତାହରେ ୫୦୩ ଜଣ ବରିଷ୍ଠ ନାଗରିକ ଓ ୨୦ ଜଣ ୪୫-୫୯ ବର୍ଷ ଆବଶ୍ୟକ ବ୍ୟକ୍ତି, ଏହିପରି ୫୨୩ ଜଣଙ୍କୁ ପ୍ରଥମ ଟୀକା ଦିଆଯାଇଛି। ଟୀକା ଦେବା କାର୍ଯ୍ୟ ଧାରାବାହିକ ଜାରି ରହିବ। ଶନିବାର, ରବିବାର ଓ ସରକାରୀ ଛୁଟି ଦିନ ବ୍ୟତୀତ ଅନ୍ୟ ସବୁଦିନେ ଟୀକା ଦିଆଯିବ। ବର୍ତ୍ତମାନ ଟୀକା ଆସିନଥିବା ଯୋଗୁଁ ବରିଷ୍ଠ ନାଗରିକ ବୃନ୍ଦ ବୁଗୁଡା ଆସି ହଇରାଣ ନହୋଇ ଅଞ୍ଚଳର ଆଶା କର୍ମୀଙ୍କୁ ବୁଝି ଟୀକା ଆସିବା ପରେ ବୁଗୁଡା ଟୀକା ନେବାକୁ ଆସିବାକୁ ଅଧିକାରୀ ବୃନ୍ଦ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here