ଅଙ୍ଗନୱାଡି କର୍ମୀ ଓ ସ୍ୱୟଂ ସହାୟିକାଙ୍କ ମିଳିତ ବୈଠକରେ ବିଧାୟକ

0
284

ପୋଲସରା(ଅନିଲ କୁମାର ମହାରଣା ) ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଗ୍ରାମ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ମାର୍ଚ୍ଚ ୮ ମହିଳା ଦିବସରେ ଅଙ୍ଗନୱାଡି କର୍ମୀ ଓ ସ୍ୱୟଂ ସହାୟିକା ଗୃପ ସଦସ୍ୟା ମାନଙ୍କ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ନାରାୟଣ ସେଠୀ, ସମିତି ସଭ୍ୟା ପ୍ରତିନିଧି ମୁନା ନାହାକ, ପାଞ୍ଚାୟତ ନିର୍ବାହୀ ଅଧିକାରୀ କିଶୋର ଚନ୍ଦ୍ର ସାହୁ, ଅଙ୍ଗନୱାଡି ସଙ୍ଘ ସଭାନେତ୍ରୀ ଜ୍ୟୋତ୍ସ୍ନା ରାଣୀ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ। ମୁଖ୍ୟ ଅତିଥି ବିଧାୟକ ଶ୍ରୀ ସାହୁ ନିଜ ବକ୍ତବ୍ୟରେ ରାଜ୍ୟ ସରକାର ମହିଳାଙ୍କ ପାଇଁ ଗ୍ରହଣ କରିଥିବା ବିଭିନ୍ନ ଯୋଜନା ବିଷୟ ନେଇ ସଦସ୍ୟା ମାନଙ୍କୁ ଅବଗତ କରାଇଥିଲେ। ବିଶ୍ୱ ମହିଳା ଦିବସ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କ ଉନ୍ନତି ପାଇଁ ସ୍ୱତନ୍ତ୍ର ଭାବେ ନୂତନ କରି “ମିଶନ ଶକ୍ତି ବିଭାଗ” ସୃଷ୍ଟି କରିଛନ୍ତି। ଯାହା ଫଳରେ ଏହି ବିଭାଗ ମିଶନ ଶକ୍ତିର ଉନ୍ନତି ପାଇଁ ନିଶ୍ଚିତ ଭାବେ କାମକରି ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ନାରୀ ଶକ୍ତି ଆତ୍ମନିର୍ଭରଶୀଳ ହେଲେହିଁ ଦେଶ ଆଗେଇ ପାରିବ ବୋଲି ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here