ଜିଲ୍ଲାପାଳଙ୍କ ଉପସ୍ଥିତିରେ ଗୃହଲକ୍ଷ୍ମୀ ଉତ୍ପାଦିକା ସଂଘର ଶୁଭ ଉଦଘାଟନ।

0
331

ଆସ୍କା (ଜଗନ୍ନାଥ ସାହୁ ) ଆସ୍କା ଗଙ୍ଗାପୁର ପଞ୍ଚାୟତ ଠାରେ ଗୃହଲକ୍ଷ୍ମୀ ଉତ୍ପାଦିକା ଗୋଷ୍ଠୀର ଏକ ଉତ୍ପାଦନ କେନ୍ଦ୍ରର ଶୁଭ ଉଦଘାଟନ। ଉକ୍ତ କାର୍ଯ୍ୟକ୍ରମରେ ଆସ୍କା ବିଧାୟୀକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ପି.ଡି ଙ୍କ ସହିତ ଆସ୍କା ତହସିଲଦାର ସଦାନନ୍ଦ ସେଠୀ ଉପସ୍ଥିତି ରହି ଏହି ଉତ୍ପାଦନ କେନ୍ଦ୍ରର ଶୁଭ ଉଦଘାଟନ କରିଥିଲେ।ଅନ୍ତର୍ଜାତୀୟ ମହିଳା ଦିବସରେ ନାରୀ ମାନଙ୍କୁ ସମ୍ମାନ ଜଣାଇବା ସହିତ ନାରୀ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ କିଛି ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ ବିଧାୟିକା ମହୋଦୟା। ଏଥିରେ ଗଞ୍ଜାମ ଜୋନ୍ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନଚିକେତ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେବା ସହ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଗଙ୍ଗାପୁର ସମିତି ସଭ୍ୟା ଅନୀମା ପରିଡା,ବିଜେଡି ନେତା ସୂର୍ଯ୍ୟକାନ୍ତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here